Sunday, November 15, 2026
Home ଆଞ୍ଚଳିକ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

45

ବିଷମକଟକ ,୧୧-୧୧- ୨୧(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିୟାନ ମେଡ଼ିକାଲ ନିକଟରେ ପୋଲିସ ର ଗାଡି ମୋଟର ଯାଞ୍ଚ ସମୟରେ ଗୋଟିଏ ବାଇକ ଜବତ କରିଥିଲେ। ସେହି ବାଇକ ରେ ୧୪ଟା ଜରି ପକେଟ ରେ ୨୮ କିଲୋ ଗଞ୍ଜେଇ ସହ ଉତର ପ୍ରଦେଶ ର ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ ହେବା ସହ ତାଙ୍କ ଠାରୁ ନଗଦ ୩୨୦୦ ଟଙ୍କା ସହ,ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି। ଏବଂ ଏହାର ଅଧିକ ତଦନ୍ତ ଜାରି ରହିଥିବା ବିଷମକଟକ ଥାନା ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଥାଉକି ଯେ, ମୁନିଗୁଡା ଠାରେ ଉତ୍ତର ପ୍ରଦେଶ ଓ ବିହାର ରୁ ଫେରିବାଲା ମାନେ ଘର ଭଢା କାଢି ରହୁଛନ୍ତି ଓ ସେମାନେ ଲୁଗା ବେପାର କରିବା ବାହାନାରେ ଉପାନ୍ତ ଅଞ୍ଚଳକୁ ଯାଇ ବେପାର ନାମରେ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ମିଳୁଛି। ସେମାନଙ୍କ ଉପରେ ପୋଲିସ ର କଢା ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି।
ରାୟଗଡା ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ