Wednesday, October 14, 2026
Home ଆଞ୍ଚଳିକ ଆଜି କନ୍ଧମାଳ ଜିଲ୍ଲାର ୧୦ ସ୍ମାର୍ଟ ସ୍କୁଲ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି କନ୍ଧମାଳ ଜିଲ୍ଲାର ୧୦ ସ୍ମାର୍ଟ ସ୍କୁଲ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

13

ଫୁଲବାଣୀ , ୧୧/୧୧/୨୧(ଜିଲ୍ଲା ଖବର): ଆଜି କନ୍ଧମାଳ ଜିଲ୍ଲାର ୧୦ ଟି ସ୍ମାର୍ଟ ସ୍କୁଲକୁ ୪.୩୦ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ କନ୍ଧମାଳ ଜିଲ୍ଲାର ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରି ଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏନେଇ ଫୁଲବାଣୀ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାଦ୍ୱାରା ଉଦଘାଟନ ପରେ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ଉପକରଣ ସାଙ୍ଗକୁ ସ୍ମାର୍ଟ କ୍ଲାସ ରୁମ ର ସୁବିଧା ଉପଲବ୍ଧ କରିପାରିବେ ।
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍