
ବେଗୁନିଆପଡା, ୧୦.୧୧.୨୦୨୧(ଜିଲ୍ଲା ଖବର); ବେଗୁନିଆପଡା ବ୍ଲକ ଜନତା ଉଚ୍ଚ ବିଦ୍ୟାଳୟ ଠାରେ କୋଦଳା ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ଆବହକତ୍ଵରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ କୋଦଳା ଅତିରିକ୍ତ ଜିଲ୍ଲା ଜର୍ଜ ମୁନରାଣୀ ମିଶ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କୋଦଳା ସବ ଜର୍ଜ ସ୍ୱପ୍ନା ସାଗରିକା ମିଶ୍ର , କୋଦଳା ଜୁଡିସିଆଲ ମାର୍ଜିଷ୍ଟେଟ ସୁଶ୍ରୀ ସୁକନ୍ୟା ଶତପଥୀ ଓ ତହସିଲଦାର ସସ୍ମିତା ଶତପଥୀ ଯୋଗ ଦେଇଥିଲେ । ସରକାରୀ ଓକିଲ ନିଳାଞ୍ଚଳ ପୋଲାଇଙ୍କ ସମେତ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ନ୍ୟାୟ ସମ୍ପର୍କିତ ଆଇନ ଏବଂ ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ଉପରେ ସଚେତନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ବେଗୁନିଆପଡା ଏବିଡ଼ିଓ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


