Thursday, November 12, 2026
Home ଆଞ୍ଚଳିକ ଟ୍ରକ ଧକ୍କାରେ କଲେଜ ଛାତ୍ରୀ ଗୁରୁତର ଥାନାରେ ଟ୍ରକ ସମର୍ପଣ କରି ନିଜେ ଆତ୍ମସମର୍ପଣ କଲା...

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ଗୁରୁତର ଥାନାରେ ଟ୍ରକ ସମର୍ପଣ କରି ନିଜେ ଆତ୍ମସମର୍ପଣ କଲା ଡ୍ରାଇଭର

24

ଜଟଣୀ,୧୦/୧୧-୨୧(ଜିଲ୍ଲା ଖବର): ମଙ୍ଗଳାବାର ପୂର୍ବାହ୍ନରେ ଜଣେ କଲେଜ ପଢୁଆ ଛାତ୍ରୀ ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସକ ହେଉଛନ୍ତି। ଡ୍ରାଇଭର ଥାନାରେ ଟ୍ରକ ସମର୍ପଣ କରି ନିଜେ ଆତ୍ମସମର୍ପଣ କରିଛି। ଘଟଣାରୁ ଜଣାଯାଇଛି ଯୁକ୍ତତିନି ପ୍ରଥମ ବର୍ଷର ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ବୈଶାଖୀ ପାଟ୍ଟଶାଣୀ ନିଜଗ୍ରାମରୁ ଟିୟୁସନ ପାଇଁ ଯାଉଥିଲେ ଜଟଣୀର ଆରାଧ୍ୟ ଦେବୀ ମା ଉତ୍ତରାୟଣୀ ମନ୍ଦିର ନିକଟକୁ। ସାଇକେଲରେ ଆସୁଥିବା ବେଳେ କୁଦିଆରୀ ମୁଖ୍ୟରାସ୍ତାରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ବୈଶାଖୀ ବାମ ପଟକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ଓ ପଥଚାରୀ ମାନେ କେତେକ ଟ୍ରକକୁ ଧରିବାକୁ ଗୋଡ଼ାଇ ଥିବାବେଳେ ଆଉକେତେକ ଆହତ ଛାତ୍ରୀଙ୍କୁ ଜଟଣୀ ସରକାରୀ ଡାକ୍ତରଖାନା ନେଇଥିଲେ। ଲୋକମାନଙ୍କ ଭୟରେ ଟ୍ରକ ଡ୍ରାଇଭର ଟ୍ରକକୁ ଥାନାରେ ସମର୍ପଣ କରି ନିଜେ ଆତ୍ମସମର୍ପଣ କରିଛି। ଖବର ପାଇ ଆହତ ଛାତ୍ରୀର ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ। ଛାତ୍ରୀର ଗୋଡ଼, ହାତ ଭାଙ୍ଗିଯିବା ସହ ଅଣ୍ଟାରେ ଶକ୍ତପାହର ଓ ପ୍ରବଳ ରକ୍ତସ୍ରାବ ଯୋଗୁଁ ଗୁରୁତର ଥିବାରୁ ଡାକ୍ତର ଭୁବନେଶ୍ୱର ସରକାରୀ ଡାକ୍ତରଖାନା ପଠାଇଛି। ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ଚାଲିଛି। ଖବର ଲୋଖା ହେବା ଯାଏ ପୋଲିସ ନିକଟରେ ଅଭିଯୋଗ ହୋଇନଥିବା ପୋଲିସ ଠାରୁ ସୂଚନା ମିଳିଛି।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର