Tuesday, November 17, 2026
Home ଆଞ୍ଚଳିକ କଳାକାର ଏକତା ମଞ୍ଚ ତରଫରୁ ନାଟକ ମୁଁ ସ୍ୱର୍ଗଦ୍ୱାର କହୁଛି ମଞ୍ଚସ୍ଥ

କଳାକାର ଏକତା ମଞ୍ଚ ତରଫରୁ ନାଟକ ମୁଁ ସ୍ୱର୍ଗଦ୍ୱାର କହୁଛି ମଞ୍ଚସ୍ଥ

22

ବ୍ରହ୍ମପୁର,୦୯/୧୧/୨୧(ଜିଲ୍ଲା ଖବର): କଳାକାର ଏକତା ମଞ୍ଚ ବ୍ରହ୍ମପୁର ତରଫରୁ ଶରତ ନାଟ୍ୟ ଉତ୍ସବ ଅବସରରେ ତ୍ରିପତି ନାୟକଙ୍କ ରଚିତ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ କୃଷ ପଣ୍ଡାଙ୍କ ନିର୍ଦ୍ଦେଶୀତ ସଂସ୍କାର ଧର୍ମୀ ନାଟକ “ମୁଁ ସ୍ୱର୍ଗଦ୍ୱାର କହୁଛି” ମଞ୍ଚସ୍ଥ ହୋଇ ଯାଇଅଛି। ଗୋଶାଣିନୁଆଗାଁ ସ୍ଥିତ ଗୋପାଳକୃଷ୍ଣ ରଙ୍ଗ ମଞ୍ଚ ପରିସରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ନିମନ୍ତ୍ରିତ ଅତିଥି ଭାବରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ତଥା ଉଦଘାଟକ ଭାବରେ ବରିଷ୍ଠ କଲକାର ନାଟ୍ୟ ନିର୍ଦ୍ଦେଶକ ଡା. ତିରୁପତି ସାହୁ ସମ୍ମାନିତ ଅତିଥି ଭାବରେ ସୁବାଷ ମହାରଣା, M. ନିରଞ୍ଜନ ରେଡ୍ଡୀ ଏବଂ ସମାଜସେବୀ ରାମେଶ୍ୱରୀ ନନ୍ଦ ଉପସ୍ଥିତ ଥିବା ବେଳେ ସଙ୍ଗଠନର ସଭାପତି ଶ୍ରୀ ସୁରେଶ କୁମାର ସାହୁ ପୋରହିତତ୍ୱ କରିଥିଲେ। ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ବ୍ୟବସ୍ଥାପନା ଦାଇତ୍ୱ ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଶରତ ନାଟ୍ୟ ଉତ୍ସବ ଅବସରରେ ଡା. ପ୍ରଦୀପ୍ତ ସିଂହଙ୍କୁ ମଞ୍ଚଶ୍ରୀ ସମ୍ମାନ, M. ନିରଞ୍ଜନ ରେଡ୍ଡିଙ୍କୁ ସେବା ସମ୍ମାନ, ତ୍ରିନାଥ ପାତ୍ରଙ୍କୁ ଅଲେଖ ଚୌଧିରି ସ୍ମୃତି ସମ୍ମାନ, ଟିକିରି ବେହେରାଙ୍କୁ ଗଗନ ରଣା ସ୍ମୃତି ସାମ୍ମାନ ଏବଂ ରବି ନାରାୟଣ ଦାସଙ୍କୁ କେଦାର ପାଣିଗ୍ରାହୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ନାଟକରେ କଳାକାର ଭାବରେ ରାଧା, ବାପି, ଟୁକୁନା, ନର୍ଷିଙ୍ଘ ରଣା, ବଳରାମ, ଜଗନ୍ନାଥ, ସପନ, ମଧୁସୂଦନ ମିଶ୍ର ଏବଂ ପ୍ରୀତି ରଞ୍ଜନ ପ୍ରଧାନଙ୍କ ସମେତ ଅଭିନେତ୍ରୀ ଭାବରେ କୁନି ପଣ୍ଡା ଅଭିନୟ କରିଥିଲେ। ନାଟକ ଶେଷରେ ଯୁବ ନାଟ୍ୟ ନିର୍ଦ୍ଦେଶକ ମୁନା ରେଡ୍ଡୀ ଏବଂ ନାଟ୍ୟକାର ତ୍ରିପତି ନାୟକ କଳାକାରଙ୍କୁ ସେମାନଙ୍କର ଅଭିନୟ ସନ୍ଦର୍ଭରେ ସୁଚିନ୍ତିତ ମତାମତ ପ୍ରଦାନ ଥିଲେ। କଳାକାର ଏକତା ମଞ୍ଚର ସମ୍ପାଦକ ପ୍ରଶାନ୍ତ କୁମାର ସାହୁ(ବିଟୁ) ଧନ୍ୟବାଦ ଅର୍ପଣ କରିଥିଲେ।