ନୟାଗଡ଼ରେ ପୁଣି ଯୌତୁକ ଜୁଇରେ ଜଳିଲେ ନବବଧୂ

52

ନୟାଗଡ଼, ୦୯/୧୧/୨୧ (ଜିଲ୍ଲା ଖବର ) : ନୟାଗଡ଼ରେ ପୁଣି ଯୌତୁକ ଜୁଇରେ ଜଳିଲେ ନବବଧୂ I ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗାଁରେ ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ନବବଧୂଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ନବବଧୂଙ୍କ ପରିବାର ଲୋକେ I ଅଭିଯୋଗ ଅନୁସାରେ  ଶରଣକୁଳ ଥାନା କଟରାଝରି ଗାଁର ଲିଜା ନାହାକ ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେତଳେ ବିବାହ କରିଥିଲେ l

ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ପରିବାର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିବା ବେଳେ ଗତକାଲି ଲିଜାଙ୍କୁ ଶାଶୁଘର  ଲୋକ ସଙ୍ଘବଧ ଭାବେ ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତେବେ, ଅଭିଯୋଗ ପାଇ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ବେଳେ ଘଟଣାସ୍ଥଳରୁ ଲିଜାଙ୍କ ଶାଶୁଘର ଲୋକେ ଫେରାର ରହିଛନ୍ତି l