Sunday, November 15, 2026
Home ଆଞ୍ଚଳିକ ବିଗ୍ ବିଙ୍କ ଘର କାନ୍ଥରେ ଲାଗିଥିବା ଏହି ପେଣ୍ଟିଂର ମୂଲ୍ୟ ୪ କୋଟି

ବିଗ୍ ବିଙ୍କ ଘର କାନ୍ଥରେ ଲାଗିଥିବା ଏହି ପେଣ୍ଟିଂର ମୂଲ୍ୟ ୪ କୋଟି

33

ନୂଆଦିଲ୍ଲୀ, ୦୯/୧୧/୨୧ (ଜିଲ୍ଲା ଖବର ) :ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନ ସୋସିଆଲ ମଡିଆରେ ବେଶ ଆକ୍ଟିଭ୍ । ସେ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ତାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ କିଛି କମ୍ ନୁହଁନ୍ତି । ଦମଦାର ଅଭିନୟ ଏବଂ ଡାଇଲଗ ଡେଲିଭରି ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କ ହୃଦୟ ଜିତନ୍ତି । ତେବେ ନିକଟରେ ଦୀପାବଳି ଅବସରରେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜ ପରିବାରର ଏକ ଫଟୋ ସେୟାର କରିଥିଲେ । ତେବେ ଏହି ଫଟୋରେ ତାଙ୍କ ପଛରେ ଥିବା କାନ୍ଥରେ ଲାଗିଥିବା ଫଟୋ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାକି ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଥିଲା ଏବଂ ଏହି ଫଟୋଟି ସ୍ବର୍ଗତଃ ଚିତ୍ରକାର ମଞ୍ଜିତ୍ ବାଓ୍ବାଙ୍କ ଦ୍ବାରା କରାଯାଇଥିଲା । ତେବେ  ଏହି ପେଣ୍ଟିଂର ମୂଲ୍ୟ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଆଗ୍ୟା ହଁ ତାଙ୍କ କାନ୍ଥରେ ଲାଗିଥିବା ଏହି ପେଣ୍ଟିଂର ମୂଲ୍ୟ ୪କୋଟି ଟଙ୍କା ।

ତେବେ ଏହି ଫଟୋ ସେୟାର କରି ସେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ଏବଂ  ସମସ୍ତେ ପାରମ୍ପାରିକ ପୋଷାକରେ ନଜର ଆସୁଛନ୍ତି ।