Wednesday, November 11, 2026
Home ଆଞ୍ଚଳିକ ବିୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଶୋ’ରେ ନଜର ଆସିବେ ବିକି କୌଶଲ

ବିୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଶୋ’ରେ ନଜର ଆସିବେ ବିକି କୌଶଲ

9

ନୂଆଦିଲ୍ଲୀ,୦୯/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ଅନିଲ କୁମାର, ଅକ୍ଷୟ କୁମାର ,ଅଜୟ ଦେବଗନଙ୍କ ପରେ ଏବେ ବିୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର ଶୋ’ରେ ନଜର ଆସିବେ ଅଭିନେତା ବିକି କୌଶଲ । ସୋସିଆଲ ମିଡିଆ ମାଧ୍ୟମରେ ବିକି ଶୋ’ର ପୋଷ୍ଟର ସେୟାର କରି, ଆଡଭେଞ୍ଚର ଟ୍ରିପ୍ ବିଷୟରେ ସୂଚନା ଦେଇଛନ୍ତି ।

ତେବେ ଏହି ପୋଷ୍ଟର ସେୟାର କରି ବିକି କ୍ୟାପ୍ସନରେ ଲେଖିଛନ୍ତି ଯେ,‘ଜୀବନର ସବୁଠାରୁ ବଡ ଆଡଭେଞ୍ଚର, ସେ ପୁଣି ସାରଭାଇଭାଲ ଏକ୍ସପର୍ଟ ବିୟର ଗ୍ରିଲ୍ସଙ୍କ ସହ। ଚାଲନ୍ତୁ ଦେଖିବା ବିୟର ଗ୍ରିଲ୍ସ ମୋ ପାଇଁ କଣ ପ୍ଲାନ କରିଛନ୍ତି। ଶୋ’ ଇନ୍ ଟୁ ଦି ୱାଇଲ୍ଡର ପ୍ରିମିୟର ନଭେମ୍ବର ୧୨ରେ ହେବ।’

ତେବେ ତାଙ୍କର ଏହି ପୋଷ୍ଟ ଦେଖିବା ପରେ, ଫ୍ୟାନ୍ସମାନେ ଏହାକୁ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।