
କଟକ,୦୯/୧୧/୨୧ (ଜିଲ୍ଲା ଖବର ) : ସମ୍ବର୍ଦ୍ଧିତ ହେଲେ କଟର ସାହସୀ ଝିଅ। ସାହସିକତା ସହ ଲୁଟେରାକୁ କାବୁ କରିଥିବା କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଝିଅ ପ୍ରଜ୍ଞା ରାୟକୁ ସମ୍ବର୍ଦ୍ଧିତ କଲେ କଟକ ବାରବାଟି ବିଧାୟକ ମହମ୍ମଦ ମୋକୀମ। ଖବର ଅନୁଯାୟୀ କିଛି ଦିନ ତଳେ ଭୁବନେଶ୍ଵରର କିଟ ଛକରୁ ଏକ ଅଟୋରିକ୍ସା ଯୋଗେ ଜଏଦେବ ବିହାର ଅଞ୍ଚଳକୁ ଯିବା ସମୟରେ ଜଣେ ଲୁଟେରା ତାଙ୍କ ହାତରୁ ମୋବାଇଲ ଛଡ଼େଇ ନେଇ ଯାଇଥିଲା।
ତେବେ ସାହସିକତା ସହ ପ୍ରଜ୍ଞା ଲୁଟେରା ସହ ମୁକାବିଲା କରି ନିଜ ମୋବାଇଲ ଆଣିଥିଲେ। ପ୍ରଜ୍ଞାର ଏହି ସାହସିକତା କାର୍ଯ୍ୟକୁ ପ୍ରଶଂସା କରି ବିଧାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।



