କୂଅରେ ଖସି ପଡ଼ି ଚାଲିଗଲା 2 ଭାଇଙ୍କ ଜୀବନ

12

ସମ୍ଵଲପୁର, ୦୯/୧୧/୨୧ (ଜିଲ୍ଲା ଖବର ) : ଏମିତି ବି ଆସେ ମୃତ୍ୟୁ । କୂଅ ନିକଟ ଚାନ୍ଦିନିରେ ବସି କଥାବାର୍ତ୍ତା ହେଉଥିଲେ 2 ଭାଇ  । ଅସାବଧାନତା ବସତଃ 2 ଜଣ କୂଅରେ ପଡ଼ିଗଲେ । କୂଅରେ ଖସି ପଡ଼ି ଚାଲିଗଲା 2 ଭାଇଙ୍କ ଜୀବନ । ସମ୍ଵଲପୁର ସହର ଲକ୍ଷ୍ମି ଟକିଜ ଛକ ନିକଟରେ ଥିବା ଏକ କୂଅରୁ 2 ଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି । କୂଅ ନିକଟରେ ବସିଥିବା ବେଳେ 2 ଭାଇ କୂଅ ଭିତରକୁ ଖସି ପଡ଼ିଥିଲେ ।

 ଏସବୁର ଦୃଷ୍ୟ ସିସିଟିଭିରେ କଏଦ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଛି । ଖବର ପାଇ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଇ ଭାଇ ହେଲେ  ସ୍ଥାନୀୟ ସାହୁ କଲୋନିର ସୁନିଲ ତ୍ରିପାଠୀ ଓ ଶୁସିଲ ତ୍ରିପାଠୀ ।