Home ଆଞ୍ଚଳିକ ବଞ୍ଚିଥାଉ ଥାଉ ମାରିଦେଲା କାଳିଆ ଯୋଜନା

ବଞ୍ଚିଥାଉ ଥାଉ ମାରିଦେଲା କାଳିଆ ଯୋଜନା

20

ଯାଜପୁର, ୦୯/୧୧/୨୧ (ଜିଲ୍ଲା ଖବର ) : ବଞ୍ଚିଥାଉ ଥାଉ ମାରିଦେଲା କାଳିଆ ଯୋଜନା। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କାଳିଆ ଯୋଜନା ଦିଆଗଲା। ହେଲେ ବରୀ ବ୍ଲକ ଅନ୍ତର୍ଗତ ବୋଇତାଳୁ ପଟଣାର ନିରଞ୍ଜନ ଜେନା ପ୍ରଥମ କିସ୍ତି ଟଙ୍କା ପାଇବା ପରେ ତାଙ୍କୁ କାଳିଆ ଯୋଜନା ତାଲିକା ମୃତ ଦର୍ଶାଯାଇଛି। ଫଳରେ ଚାଷୀ ଜଣକ ଦ୍ବିତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି।

ଚାଷୀ ଜଣକ ହେଲେ ବରୀ ବ୍ଲକ ଅଙ୍ଗାଳ ପଂଚାୟତର ନିରଜଂନ ଜେନା । ତେବେ କାଳିଆ ଯୋଜନାରେ ମୃତ ଦର୍ଶାଯିବା ପରେ ସେ ଭାଙ୍ଗିପଡିଛନ୍ତି। ଏନେଇ ସେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ମାତ୍ର ଏଯାଏ ନ୍ୟାୟ ମିଳିନି। ଅନ୍ୟପଟେ ରେକର୍ଡରେ କିଏ ତାଙ୍କୁ ମୃତ ଦର୍ଶାଇଛି, ତାର ତଦନ୍ତ ଦାବି ହୋଇଛି।