Thursday, November 12, 2026
Home ଆଞ୍ଚଳିକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ସିଏମ ଜଗନମୋହନ ରେଡ୍ଡି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ସିଏମ ଜଗନମୋହନ ରେଡ୍ଡି

7

ଭୁବନେଶ୍ୱର, ୦୯/୧୧/୨୧ (ଜିଲ୍ଲା ଖବର ) : ଅସୁରକ୍ଷିତ ସୀମା, ସଙ୍କଟରେ ସ୍ବାଭିମାନ । ସୀମା, ଭାଷା, ଜମି ବିବାଦ ନେଇ ଆଶା-ଆଶଙ୍କା ସୃଷ୍ଟି । ଥରକୁ ଥର ଆନ୍ଧ୍ରର ଅନଧିକାର ଅନୁପ୍ରବେଶ । କେତେବେଳେ ଆନ୍ଧ୍ର ମନ୍ତ୍ରୀ ତ ଆଉ କେତେବେଳେ ଅଧିକାରୀଙ୍କ ଧମକ । ଗଜପତି ରାୟଗଡ଼ ବ୍ଲକ ମାଣିକପାଟଣା ଗାଁରେ ଥରକୁ ଥର ଆନ୍ଧ୍ର ଅନୁପ୍ରବେଶ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ ଆଉ ଭୟଭୀତ ଅଞ୍ଚଳବାସୀ । ସେପଟେ କୋଟିଆରେ ମଧ୍ୟ ଆନ୍ଧ୍ର ଆଧାରକାର୍ଡ ବାଣ୍ଟିବା ସହ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବିଜ୍ଞାପନ ବୋର୍ଡ ।

 ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଆଲୋଚନା ବେଳେ ସୀମା ବିବାଦ ସହ ପୋଲାଭରମ ଓ ନେରେଟି ଜଳ ବିବାଦ ପ୍ରସଙ୍ଗ ଉଠିପାରେ । ୨ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଅପରାହ୍ନ ୫ଟାରୁ ୭ଟା ଯାଏ ଚାଲିବ । ଏଥିରେ ସୀମା, ଭାଷା, ଜଳ ବିବାଦକୁ ନେଇ ସମାଧାନର ବାଟ ବାହାରିପାରେ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ସୀମା ବିବାଦ ଓ ଓଡ଼ିଆ ଭାଷାର ସୁରକ୍ଷା ନେଇ ପତ୍ର ଲେଖିଥିଲେ । ତେବେ ଆଜି ୨ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ସମସ୍ୟାର ସମାଧାନ ବାଟ ବାହାରୁଛି କି ନାହିଁ ଦେଖିବାକୁ ଅପେକ୍ଷା ।