
ଜଟଣୀ, ୦୯/୧୧/୨୧(ଜିଲ୍ଲା ଖବର): ଖୋର୍ଦ୍ଧାରୋଡ ରେଳପଥ ରେଳକଲୋନୀ ଅଂଚଳରେ ଅସ୍ଥାୟୀଭାବେ ରହିଥିବା ଝୁମ୍ପୁଡିବାସୀନ୍ଦାମାନଙ୍କୁ ପର୍ଯ୍ୟାୟକ୍ରମେ ଉଛେଦ କରାଯାଉଛି । ଶନିବାର ପରିତ୍ୟକ୍ତ କ୍ୱାର୍ଟରଗୁଡିକୁ ଉଛେଦ କରିବାକୁ ଆସିଥିବା ରେଳସୁରକ୍ଷାବଳ ଯବାନମାନଙ୍କୁ ସମସ୍ତ ରାଜନୈତିକ ଦଳର କର୍ମକର୍ତା ଓ ଝୁମ୍ପୁଡିବାସୀନ୍ଦାମାନେ ବିରୋଧ କରିବାରୁ ଉଛେଦ ସ୍ଥଗିତ ରହିଥିଲା । ତେବେ ରେଳମଣ୍ଡଳ ଅଧିକାରୀଙ୍କୁ ଏହି ଉଛେଦ ସ୍ଥଗିତ କରିବାଲାଗି ବିଧାୟକ ପତ୍ରମାଧ୍ୟମରେ ଅବଗତ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିଲା । ସେହିପରି ମାହାତ୍ସାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ସ୍ମୃତି କମିଟି ପକ୍ଷରୁ ବାରମ୍ବାର ଉଛେଦ ପ୍ରକ୍ରିୟାକୁ ବିରୋଧ କରାଯାଇଥିଲା । ସମସ୍ତ ପତ୍ର ପାଇବାପରେ ମଧ୍ୟ ରେଳବିଭାଗ ପକ୍ଷରୁ ବାରମ୍ବାର ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଉଛି । ତେଣୁ ଏନେଇ ସୋମବାର ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟିର ସଭାବତି ବିଭୂତି ଭୂଷଣ ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ଝୁମ୍ପଡିବାସିନ୍ଦାମାନେ ତହସିଲ କାର୍ଯ୍ୟାଳୟ ଘେରାଉ କରି ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ରେଳବିଭାଗର ଉଛେଦ ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଥିଲେ । ତେଣୁ ତେବେ ଏନେଇ ତହସିଲଦାର ଶ୍ରୀ ମହାପାତ୍ର ଖୋର୍ଦ୍ଧାରୋଡ ରେଳପଥ କଲୋନୀରେ ରହୁଥିବା ଝୁମ୍ପୁଡିବାସୀମାନଙ୍କୁ ଥଇଥାନ ନ କରିବାପର୍ଯ୍ୟନ୍ତ ଝୁମ୍ପୁଡିଘରଗୁଡିକୁ ଉଛେଦ ସ୍ଥଗିତ ରଖିବାକୁ ଚିଠିମାଧ୍ୟମରେ ନିବେଦନ କରିଥିବା ପ୍ରତିଶୃତି ଦେବାପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ଝୁମ୍ପୁଡିବାସୀମାନଙ୍କୁ ଖୋର୍ଦ୍ଧାରୋଡ ରେଳବିଭାଗ ପକ୍ଷରୁ ଉଛେଦ କରିବାଲାଗି ୨ମାସ ପୁର୍ବରୁ ତୃତୀୟ ପର୍ଯ୍ୟାୟଭାବେ ନୋଟିସ ଜାରିକରାଯାଇଥିଲା । ତେଣୁ ସେପ୍ଟେମ୍ବର ୩ ତାରିଖରେ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧାରୋଡ ରେଳମଣ୍ଡଳ ଡିଆରମଙ୍କ ଉଦ୍ୟେଶ୍ୟରେ ଜଟଣୀ ନଗରକଂଗ୍ରେସ ସହାୟତାରେ ଉଛେଦ ସ୍ଥଗିତଲାଗି ପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ସମ୍ମାନଦେଇ ଲିଖିତ ପତ୍ରନୁସାରେ ଡିଆରଏମ ୬ମାସ ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟାସ୍ଥଗିତ ରଖିବାକୁ ପ୍ରତିଶୃତି ଦେଇଥିଲେ । ସୁଚନା ଯେ, ଜଟଣୀ ରେଳପଥ କଲୋନୀ ଅଂଚଳରେ ଏକ ହଜାରରୁ ଉର୍ଦ୍ଧ୍ୱ ଝୁମ୍ପୁଡି ବାସିନ୍ଦାଙ୍କ ମଧ୍ୟରୁ କେତେକ ଝୁମ୍ପୁଡିଗୁଡିକୁ ରେଳବିଭାଗ ଉଛେଦ କରିଥିବା ବେଳେ ସେମାନେ ଏବେ ଯାଯାବରଭଳି ଯିବନଯାପନ କରୁଛନ୍ତି । ରାଜ୍ୟ ସରକାର ପୈାରପରିଷଦ ମାଧ୍ୟମରେ ଭୂମିହୀନ ଲୋକମାନଙ୍କୁ ଥଇଥାନ କରିବାଲାଗି ଏଲଆରସି ଓ ଏଲଇସି ପରିଚୟ ପତ୍ର ପ୍ରଦାନ କରିଥିବା ବେଳେ ରେଳପଥ କଲୋନୀ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏବେ ପର୍ଯ୍ୟନ୍ତ ଥଇଥାନ କରିନାହାନ୍ତି କିମ୍ବା ଥଇଥାନର ପ୍ରତିଶୃତି ମଧ୍ୟ ଦେଇନ ଥିଲେ । ତେଣୁ ସେମାନଙ୍କ ଥଇଥାନଲାଗି ତହସିଲ ପକ୍ଷରୁ ପ୍ରତିଶୃତି ମିଳିବାପରେ ଝୁମ୍ପୁଡିବାସିନ୍ଦାମାନେ ଆଶ୍ୱସ୍ତି ପାଇଥିଲେ । ଆଜିର ଏହି ତହସିଲ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମରେ ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ବିଭୂତିଭୂଷଣ ମିଶ୍ର, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ଆଇନଜିବୀ ଶିବୁ ରଥ, ସାରଦା ଦାସ, ରିନା ବେହେରା, ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ସ୍ମୃତି କମିଟିର କୋଷାଧ୍ୟକ୍ଷ କବି ପାଇକରାୟ ପରିଚାଳନା କରିଥିଲେ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


