Wednesday, November 11, 2026
Home ଆଞ୍ଚଳିକ ହିଞ୍ଜିଳିକାଟୁରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ ଦୁଇ ମନ୍ତ୍ରୀଙ୍କ କୁଶପୁତଳିକା ଦାହ

ହିଞ୍ଜିଳିକାଟୁରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ ଦୁଇ ମନ୍ତ୍ରୀଙ୍କ କୁଶପୁତଳିକା ଦାହ

15

ହିଞ୍ଜିଳିକାଟୁ,୦୮/୧୧/୨୧(ଜିଲ୍ଲା ଖବର) :ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏଯାଏଁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରାଯାଇନଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ବ୍ଳକରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ବ୍ଳକରେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରା ସ୍ଥାନୀୟ ଡାକ ବଙ୍ଗଳା ଛକ ଠାରୁ ବାହାରି ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ବିରୋଧରେ ନାରାବାଜି କରିଥିଲେ। ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି ପକ୍ଷରୁ ସାମାଜିକ ବାସନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ବିଜେପି କର୍ମୀମାନେ ଉପରୋକ୍ତ ଦୁଇ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଗୋପାଳ ଗୌଡ଼, ଜିଲା କୃଷକ ମୋର୍ଚ୍ଚା ସଭାପତି ଗଜେନ୍ଦ୍ର ଗୌଡ଼, ହିଞ୍ଜିଳିକାଟୁ ନଗର ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହୀ, ଜିଲା ଉପସଭାପତି ମାଧବ ଗୌଡ଼, ଜିଲା ଯୁବ ମୋର୍ଚ୍ଚା ଉପସଭାପତି ରାକେଶ ରଥ ଓ ଜିଲା ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିତା ବେହେରା ଉପସ୍ଥିତ ଥିଲେ।
ରିପୋର୍ଟ : ତାପସ କୁମାର ପଣ୍ଡା