Sunday, November 15, 2026
Home ଆଞ୍ଚଳିକ ଅତି ସୈନ୍ଦର୍ଯ୍ୟ ପରିବେଷ ଭିତରେ ପଣସ ପଦର ଶୈବପୀଠ

ଅତି ସୈନ୍ଦର୍ଯ୍ୟ ପରିବେଷ ଭିତରେ ପଣସ ପଦର ଶୈବପୀଠ

123

ବିଷମକଟକ,୮-୧୧- (ଜିଲ୍ଲା ଖବର)- ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ଡୁକୁମ ପଚାୟତର ପଣସ ପଦର ଗ୍ରାମର ଏକ ପାହାଡ଼ ଉପରେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀ ଶିବ ଶଙ୍କର । ଏହାର ଆଖପାଖ ରେ ଭରି ରହିଛି ଏକ ସୈନ୍ଦର୍ଯ୍ୟ ଭରା ମନୋରମ ସ୍ଥାନ ର ଦୃଶ୍ୟ ମାନ । ପ୍ରାୟ ତିନି ଶହ ଫୁଟ ର ପାହାଡ଼ ଉପରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଭୋଳାନାଥ। ଏହି ସ୍ଥାନଟିକୁ ଦେଖି ବା ପାଇଁ ବାହାରୁ ଅନେକ ଭକ୍ତ ମାନେ ଆସୁଛନ୍ତି। ହେଲେ ସରକାରୀ ଟଙ୍କା ରେ ନିର୍ମାଣ କରାଯାଇ ନାହିଁ ଏହି ଶୈବପୀଠ। ବିହାର ର ଜଣେ ଲୁଗା ବ୍ୟବସାୟୀ ବା ଶିବ ଭକ୍ତ ସେ ଏହି ଶିବ ମନ୍ଦିର ନିର୍ମାଣ କରୁଛନ୍ତି। ଏହି ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ରେ କୈଣସି ରାଜ ମିସ୍ତ୍ରୀ କାର୍ଯ୍ୟ କରୁ ନାହାନ୍ତି। ସେହି ବିହାରୀ ଶିବ ଭକ୍ତ ଓ ତାଙ୍କ ପରିବାରର ସଦସ୍ୟଙ୍କ ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ନାସେ ସରକାରୀ ଅନୁଦାନରୁ ଏହି ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ କରୁଛନ୍ତି ନା ସେ ଲୋକଙ୍କୁ ଟଙ୍କା ମାଗି କାର୍ଯ୍ୟ କରୁଛନ୍ତି ସେ ତାଙ୍କ ନିଜସ୍ୱ ଟଙ୍କା ଓ ପରିଶ୍ରମ କରି ଏହି ତିନି ଶହ ଫୁଟ ର ପାହାଡ଼ ଉପରେ ଏହି ଶିବ ମନ୍ଦିର ନିର୍ମାଣ କରିଛନ୍ତି। ସେହି ପାହାଡ ଉପରେ ଖାଲି ଶିବ ମନ୍ଦିର ନୁହେଁ ଆହୁରି ଅନେକ ମନ୍ଦିର ନିର୍ମାଣ କରିବା ପାଇଁ ସେ ସ୍ଥିର କରିଛନ୍ତି। ଏବଂ ଭକ୍ତ ମାନେ ରହିବା ପାଇଁ ମଧ୍ୟ ସେ ଗୃହ ନିର୍ମାଣ କରିବା ପାଇଁ ସେ ସ୍ଥିର କରିଥିବା ସେ କହିଛନ୍ତି।ପ୍ରତେକ ବର୍ଷ କାର୍ତ୍ତିକ ପୂନେଇ ରେ ସେ ଗରିବ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ବାଣ୍ଟି ଥାଆନ୍ତି। ଏବଂ ପ୍ରତେକ ବର୍ଷ କାର୍ତ୍ତିକ ମାସର ସୋମବାର ଦିନ ପ୍ରାୟ ଚାରି ହଜାରରୁ ଉର୍ଦ୍ଧ୍ବ ହେବ ଲୋକଙ୍କ ମାନଙ୍କ ପାଇଁ ମାଗଣାରେ ପ୍ରସାଦ ଭୋଜନ ର ବ୍ୟବସ୍ଥା ମଧ୍ୟ କରି ଥାଆନ୍ତି। ତାଙ୍କୁ ଏହି କାର୍ଯ୍ୟକ୍ରମ ରେ ସାହାଯ୍ୟ କରି ଥାଆନ୍ତୁ ସ୍ଥାନୀୟ ବାସିନ୍ଦା । ଏହି ବର୍ଷ କୋରନା ମହାମାରୀ ଯୋଗୁଁ ସରକାର ନିୟମ ଅନୁଯାୟୀ ପୂଜା କରୁଥିବା କହିଛନ୍ତି ବିହାରୀ ଭକ୍ତ ଜଣଙ୍କ। ଆମେ ତାଙ୍କ ନାମ ପ୍ରକାଶ କରି ଥାଆନ୍ତୁ ମାତ୍ର ସେ ତାଙ୍କ ନାମ ଖବର କାଗଜ ରେ ପ୍ରକାଶ କରିବାକୁ ମନା କରିଛନ୍ତି। ଯେଉଁ ବ୍ୟକ୍ତି ଭଗବାନଙ୍କ ଆଶୀର୍ବାଦ ରୁ ଦାନ ଧର୍ମ କରେ ସେ ସେ ନିଜ ପରିଚୟ ଭିତରେ ପ୍ରଚାର କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏବଂ ଏହି ପଣସ ପଦର ଗ୍ରାମର ଏହି ଶୈବପୀଠ କୁ ସମସ୍ତ ରାଜ୍ୟର ଭକ୍ତ ମାନଙ୍କୁ ଏହି ପଣସ ପଦର ଶୈବପୀଠ କୁ ପରିଦର୍ଶନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ।