Saturday, November 14, 2026
Home ଆଞ୍ଚଳିକ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

13

୦୭/୧୧/୨୧ (ଜିଲ୍ଲା ଖବର) : ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅମିତ ଶାହ, ରାଜନାଥ ସିଂ, ଜେ.ପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି। ସବୁ ଲୋକାଭିମୁଖୀ ଯୋଜନା ଜନତାଙ୍କ ପାଖରେ ପହଞ୍ଚାଇବାକୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦି।

ଏହି ବୈଠକରେ ୧୦୦ କୋଟି ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି । କରୋନା ପାଇଁ ଦୁଇ ବର୍ଷ ପରେ ହେବାକୁ ଥିବା ଏହା ବିଜେପିର ପ୍ରଥମ ହ୍ରାଇବ୍ରିଡ୍ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି ।

 କୋଭିଡ ପ୍ରୋଟକଲରୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସଂପାଦକ, ସମ୍ବନ୍ଧିତ ରାଜ୍ୟର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିଜ ନିଜର ରାଜ୍ୟର ପାର୍ଟି ମୁଖ୍ୟାଳୟରୁ ଭର୍ଚୁଆଲରେ ବୈଠକରେ ସାମିଲ୍ ହୋଇଛନ୍ତି।

 ଅନ୍ୟପଟେ ଜାତୀୟ ପଦାଧିକାରୀ, କେନ୍ଦ୍ର ମନ୍ତ୍ରୀ ଓ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଏନଡିଏମସି କନଭେନସନ ସେଣ୍ଟରରେ ପ୍ରତ୍ୟେକ୍ଷ ଭାବେ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକକୁ ସମ୍ବୋଧିତ କରି ସରକାରଙ୍କ ଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସାଧାରଣ ଜନତା ଓ କର୍ମୀଙ୍କ ନିକଟରେ ପହଞ୍ଚିପାରିବ ସେନେଇ ବିଜେପି ନେତାମାନଙ୍କୁ ମନ୍ତ୍ର ଦେବେ ବୋଲି ଜଣାପଡିଛି।