
ଆବଶ୍ୟକ ସାମଗ୍ରୀ-
ସୁଜି, ଲୁଣ, ପାଣି, କାଜୁ, କେଶର, ଚିନି, କ୍ଷୀର, ଗୁଜୁରାତି ଗୁଣ୍ଡ, ତେଲ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ସୁଜି ନେଇ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ପାଣି ପକାଇ ଚକଟିବେ । ଏହାକୁ ଭଲଭାବେ ଚକଟିବା ପରେ, ଘୋଡଣୀ ଘୋଡାଇ ୨୫ ରୁ ୩୦ ମିନିଟ ଯାଏ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ କ୍ଷୀର ଢାଳି ,ଭଲଭାବେ ଫୁଟାଇବେ । କ୍ଷୀର ଭଲଭାବେ ଫୁଟିଯିବା ପରେ।, ସେଥିରେ ଭିଜା ହୋଇଥିବା କାଜୁ ଏବଂ ଅଳ୍ପ କ୍ଷୀର ମିଶାଇ ଗ୍ରାଇଣ୍ଡିଂ କରି , ସେହି ମିଶ୍ରଣକୁ ନେଇ କଡେଇରେ ବସିଥିବା କ୍ଷୀରରେ ପକାଇ ମିକ୍ସ କରିବେ । ତାପରେ ସେଥିରେ ଚିନି, ଗୁଜୁରାତି ଗୁଣ୍ଡ, କେଶର ପକାଇ ମିକ୍ସ କରିବେ । ଏହା ଭଲଭାବେ ଫୁଟିଯିବା ପରେ ଗ୍ୟାସ୍ ବନ୍ଦ କରିବେ । ତାପରେ ଗ୍ୟାସରେ ଆଉ ଏକ କଡେଇ ବସେଇ ତେଲ ଢାଳିବେ । ତେଲ ଗରମ ହେବା ପରେ, ଚକଟି ରଖିଥିବା ସୁଜିକୁ ନେଇ ଛୋଟ ଛୋଟ ପୁରୀ ବେଲି, ତେଲରେ ପକାଇ ଛାଣିବେ । ପୁରୀ ଛାଣି ସାରିବା ପରେ, ଏକ ପ୍ଲେଟରେ ପୁରୀକୁ ରଖି , ତା ଉପରେ ପ୍ରସ୍ତୁତ କରିଥିବା ମିଶ୍ରଣ ପକାଇବେ । ଏହାପରେ ପୁଣି ତା ଉପରେ କିଛି କଟା କାଜୁ, କେଶର ପକାଇବେ । ପ୍ରସ୍ତୁତ ହୋଇଗଲା ପାଲ୍ ପୁରୀ । ଏବେ ଏହାର ମଜା ନେଇ ପାରିବେ ।


