
୦୭/୧୧/୨୧ (ଜିଲ୍ଲା ଖବର) : ଆଜି ଜାତୀୟ କର୍କଟ ସଚେତନତା ଦିବସ । ସଚେତନ ରହିଲେ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ମିଳିପାରିବ । ସେଥିପାଇଁ ରୋଟାରାକ୍ଟ କ୍ଲବ ଅଫ୍ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ଏକ CYCLOTHON କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି ।
ଏହି ସାଇକେଲ ରାଲି ଭୁବନେଶ୍ବର ଶ୍ରୀୟା ଟକିଜରୁ ଆରମ୍ଭ ହୋଇ ଧଉଳି ଯାଏ ଯାଇଥିଲା । ଏଥିରେ 14 ରୁ 24 ବର୍ଷର ଯୁବକ-ଯୁବତୀ ଯୋଗ ଦେଇ ରାଜଧାନୀବାସୀଙ୍କୁ କ୍ୟାନ୍ସର ସମ୍ପର୍କରେ ଅବଗତ କରିବା ସହ ଏହି ରୋଗରୁ କିପରି ମୁକ୍ତି ପାଇବେ ସେ ସମ୍ପର୍କରେ ଅବଗତ କରିଥିଲେ।


