Friday, November 13, 2026
Home ଆଞ୍ଚଳିକ ମୋଦି ବିଶ୍ୱର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ନେତା

ମୋଦି ବିଶ୍ୱର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ନେତା

16

୦୭/୧୧/୨୧ (ଜିଲ୍ଲା ଖବର) : ଲୋକପ୍ରିୟତାରେ ବିଶ୍ଵର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ନୁହେଁ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦ ମର୍ଣ୍ଣିଙ୍ଗ କନସଲ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୋଦି ବିଶ୍ୱର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ନେତା। ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ମୋଦିଙ୍କୁ 70 ପ୍ରତିଶତ ଲୋକେ ପସନ୍ଦ କରୁଛନ୍ତି । ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ70 ପ୍ରତିଶତ ସହ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷରେ ରହିଛନ୍ତି । 12 ଜଣ ବିଶ୍ୱ ନେତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ ଏହି କୃତିତ୍ୱ ହାସଲ କରିଛନ୍ତି । ମେକ୍ସିକୋ ରାଷ୍ଟ୍ରପତି ମାନୁଏଲ ଲୋପେଜ 66 ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇଟାଲୀର ରାଷ୍ଟ୍ରପତି ମାରିନୋ ଡ୍ରଘିଙ୍କୁ ୫୮ ପ୍ରତିଶତ, ଆଞ୍ଜେଲା ମର୍କେଲଙ୍କୁ ୫୪ ପ୍ରତିଶତ, ସ୍କଟ ମରିସନଙ୍କୁ ୪୭ ପ୍ରତିଶତ ରେଟିଂ ମିଳିଛି ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ 44 ପ୍ରତିଶତ ସହ ଷଷ୍ଠ, କାନାଡର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟେୁ ୪3 ପ୍ରତିଶତ ସହ ସପ୍ତମ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା 42 ପ୍ରତିଶତ ଅଷ୍ଟମ ସ୍ଥାନରେ ରହିଛନ୍ତି । 40 ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ତାଲିକାର ଦଶମ ସ୍ଥାନରେ ରହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ।