ଦଳିତ ମହିଳାଙ୍କ ଉପରେ ଆକ୍ରମଣ

11

କଟକ, ୦୭/୧୧/୨୧ (ଜିଲ୍ଲା ଖବର) : କଟକ ନିଆଳିରେ କାଳୀପୂଜା ଭସାଣି ସମୟରେ ଦଳିତ ମହିଳାଙ୍କ ଉପରେ ସଙ୍ଗବଦ୍ଧ ଆକ୍ରମଣ। ନିଆଳି ଥାନା ଅନ୍ତର୍ଗତ ରତନପୁର ଗ୍ରାମପଞ୍ଚାୟତର ପୋଡ଼ପଡା ଗାଁରେ ଏହି ଘଟଣା ଘଟିଛି ।

ଭସାଣି ଭିଡରେ ଧକ୍କା ହେବାକୁ ନେଇ ପ୍ରଥମେ ବଚସା ଓ ପରେ ଗାଁର ମଳୟ କାଣ୍ଡିଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ ଗାଁ ମହିଳା ଗୀତା କାଣ୍ଡି ଏହାର ପ୍ରତିବାଦ କରିବାରୁ ତାଙ୍କୁ ଲୁହା ରାଡ଼ ଯୋଗେ ୩ରୁ ୪ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ।

ଗୁରୁତର ଗୀତାଙ୍କୁ ପ୍ରଥମେ ଚାରିଛକ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଏନେଇ ସେ ନିଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।