Home ଆଞ୍ଚଳିକ ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମୁହାଁମୁହିଁ, ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ମ୍ୟାଚର ଫଳାଫଳ

ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମୁହାଁମୁହିଁ, ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ମ୍ୟାଚର ଫଳାଫଳ

17

ବ୍ରହ୍ମପୁର,୦୬/୧୧/୨୧ (ଜିଲ୍ଲା ଖବର) : ଟି-20 ବିଶ୍ବକପର ଗ୍ରୁପ 2ରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ । ଆଉ ଆଜିର ଏହି ମ୍ୟାଚ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ। ବିଶ୍ବକପରେ ଟିମ ଇଣ୍ଡିଆର ଯାତ୍ରା ଆଗକୁ ବଢିବ ନାଁ ନାହିଁ ତାହା ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚର ଆଜିର ଫଳାଫଳ ଉପରେ ନିର୍ଭର କରିବ ।

ନ୍ୟୁଜିଲାଣ୍ଡ ମ୍ୟାଚ ଜିତିଲେ ସିଧା ଯୋଗ୍ୟତା ଅର୍ଜନ କରି ସେମିଫାଇନାଲରେ ପ୍ରବେଶ କରିବ। କିନ୍ତୁ ଆଫଗାନିସ୍ତାନ ଜିତିଲେ ନିଜ ସହ ଭାରତର ସେମି ଫାଇନାଲର ସମ୍ଭାବନାକୁ ମଧ୍ୟ ଉଜ୍ଜୀବିତ କରିବ ରଖିବ । ଏଥିପାଇଁ ଆଜିର ମ୍ୟାଚର ଫଳାଫଳକୁ ଆଫଗାନିସ୍ତାନ ସହ ଭାରତର ମଧ୍ୟ ଅପେକ୍ଷା।

ଏହି ମ୍ୟାଚ ଉପରେ ଭାରତ ସମେତ ସାରା ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ରହିଛି। ଭାରତ ସମେତ କୋଟି କୋଟି ଭାରତୀୟ ପ୍ରଶଂସକ ଅଫଗାନିସ୍ତାନର ବିଜୟ ପ୍ରାର୍ଥନା କରିବେ। ଯଦି ଆଜିର ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଯାଏ, ତେବେ ସୋମବାର ଭାରତ-ନାମିବ୍ୟା ମଧ୍ୟରେ ହେବାକୁ ଥିବା ମ୍ୟାଚ କେବଳ ଔପଚାରିକ ମାତ୍ର ହୋଇ ରହିଯିବ।