୪ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ

10

ସମ୍ବଲପୁର ,୦୭/୧୧/୨୧ (ଜିଲ୍ଲା ଖବର) : ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ପୁଣି ବର୍ଷକ ପରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି ।

ନିଆଁକୁ ଆୟତ୍ତ କରିବା ପାଇ ୩ ଟି ଦମକଳ ଗାଡି ନିୟୋଜିତ କରାଯାଇଥିଲା। ପ୍ରାୟ ୪ ଘଣ୍ଟା ପରେ ଆୟତ୍ତ କରାଯାଇଥିଲା। ନିଆଁ ଏତେ ତିବ୍ରତର ରହିଛି ଯେ ଲିଭାଇବା ମୁସ୍କିଲ ହୋଇପଡୁଥିଲା ଅଗ୍ନିଶମ ବିଭାଗକୁ ।

ଗତକାଲି ରାତ୍ରି ସମୟରେ ପିଚୁ ଫ୍ୟାକ୍ଟ୍ରିରେ ଶ୍ରମିକ କାମ କରୁଥିବା ସମୟରେ କୌଣସି କାରଣରୁ  ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ଛାରଖାର ହୋଇଥିବା ସୁଚନା ମିଳିଛି । ଅଗ୍ନିକାଣ୍ଡ ଘଟିଥିବା ସ୍ଥଳରେ ଚାରି ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯିବା ସହ ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛିl