ଆସିକା,୨୩/୧୧(ଖିରୋଦ ଚନ୍ଦ୍ର ବେହେରା) : ଆସିକା ଓକିଲ ସଂଘ ପକ୍ଷରୁ ଓକିଲ ସଂଘ ସଭାଗୃହ ଠାରେ ସବଜଜ୍ ହୃଷୀକେଶ ଆଚାର୍ଯ୍ୟଙ୍କୁ ବଦାୟ କାଳୀନ ସମ୍ଭର୍ଦ୍ଧନା ଦିଆଯାଇଥିଲା ।ଏହି ଅବସରରେ ଓକିଲ ସଂଘର ସଭାପତି ସରୋଜ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏ.ଡି.ଜେ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ,ସବଜଜ ହୃଷୀକେଶ ଆଚାର୍ଯ୍ୟ, ପ୍ରଥମ ଶ୍ରେଣି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ,ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ସ୍ୱର୍ଣ୍ଣଲତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଆସିକା ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଆସିକା ଠାରେ ସବଜଜ ଭାବେ ହୃଷିକେଶ ଆଚାର୍ଯ୍ୟ ଯୋଗ ଦେଇ ଓକିଲ ସଂଘ, କର୍ମଚାରୀ,ସମସ୍ତ ସହ ଯୋଗ ସାଙ୍ଗକୁ ଅନେକ କେସରେ ବିଚାର କରି ସୁନାମ ଅର୍ଜନ କରିଥିଲେ । ତାଙ୍କ ରହଣି ସମୟ ସମସ୍ତଙ୍କୁ ସ୍ମରଣୀୟ ହୋଇ ରହିବ । ସେ ଜଣେ କର୍ତବ୍ୟନିଷ୍ଠା, ମେଳାପି ଓ ଭଦ୍ରବ୍ୟକ୍ତି ଥିଲେ । ସେ ପଦନ୍ନୋତି ପାଇ ଆସିକାରୁ ବୈାଦ୍ଧ ସିଜେଏମକୁ ବଦଳୀ ହୋଇଛନ୍ତି । ଏହି ବୈଠକରେ ସଭାପତି ସରୋଜ କୁମାର ତ୍ରିପାଠୀ, ସମ୍ପାଦକ ଛବିଳରାମ ମିଶ୍ର,ଯୁଗ୍ମ ସମ୍ପାଦକ ଦ୍ୱାରିକା ନାଥ ପରିଡା,ବରିଷ୍ଠ ଓକିଲ ତଥା ସରକାରୀ ଓକିଲ ସୁଧାଶୁଂ କୁମାର ପଣ୍ଡା,ରବିନ୍ଦ୍ର ନାଥ ଶର୍ମା, ସୁରେନ୍ଦ୍ର ପଣ୍ଡା, ରବି ପାତ୍ର, ଅଜିତ ଚୈାଧୁରୀ, ନାରାୟଣ ମୁନୀ ସମେତ ଶତାଧିକ ଆଇନଜୀବୀ ଯୋଗ ଦେଇଥିିଲେ । ବିଦାୟ ସବଜଜ ହୃଷିକେଶ ଆଚାର୍ଯ୍ୟଙ୍କୁ ଆସିକା ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଛ ସହ ଉପଢୈାକନ ପ୍ରଦାନ କରାଯାଇଥିଲା ।



