
ବେଲଗୁଣ୍ଠା, ୦୬/୧୧/୨୧(ଜିଲ୍ଲା ଖବର):ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ଵନାଂଚଳ,ଭଂଜନଗର ଓଏଫ୍ଏସଡିପି ପ୍ରକଳ୍ପ ଭାଗ-ଦୁଇ ତରଫରୁ କ୍ଷେତ୍ରିଵରପୁର ସ୍ଥିତ ଆଂଚଳିକ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦୁଇଦିନିଆ ଲିଙ୍ଗଗତ ଵୈଷମ୍ୟତା ଏବଂ ଲିଙ୍ଗଗତ ହିଂସା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଧନା ଫାଉଣ୍ଡେସନର ଅଧ୍ୟକ୍ଷା ସୂଜାତା ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗାଙ୍ଗପୁର ସେକ୍ସନ ବନପାଳ ଜି ଭେଙ୍କେଟ୍ ରାଓ ଦୋରା,ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସାହୁ,ସନ୍ତୋଷ କୁମାର ଡାକୁଆ, ସ୍ୱାତୀ ଅନୁଷ୍ଠାନର କର୍ମଚାରୀ ବିଶ୍ୱଜିତ୍ ଭୋଇ, ପ୍ରିୟଦର୍ଶିନୀ ପ୍ରଧାନ, ବିଶ୍ୱଜିତ୍ ବେହେରା ପ୍ରମୁଖ ଯୋଗଦେଇଥିଲେ I କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରାଓ ପରିଚାଳନା କରିଥିବା ବେଳେ ପ୍ରକଳ୍ପ କର୍ମଚାରୀ ଓ ସ୍ୱାତୀର କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ଆୟୋଜନ ପାଇଁ ହାଇଦ୍ରାବାଦ୍ ୟୁ଼ଏସ୍ କନ୍ସୁଲେଟ୍ ଜେନେରାଲ୍ ସହାୟତା ଯୋଗାଇଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ


