Wednesday, November 11, 2026
Home ଆଞ୍ଚଳିକ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ୨୦୨ ଜଣଙ୍କୁ ପ୍ରଦାନ କଲେ ବିଧବା/ବିକଳାଙ୍ଗ/ବୃଦ୍ଧା

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ୨୦୨ ଜଣଙ୍କୁ ପ୍ରଦାନ କଲେ ବିଧବା/ବିକଳାଙ୍ଗ/ବୃଦ୍ଧା

6

ଗଞାମ : ଜଗନ୍ନାଥ ପ୍ରସାଦ ବ୍ଲକ ର  ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ୨୦୨ ଜଣ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ,ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନ କରିଛନ୍ତି  ମାନ୍ୟବର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ।  ଏହି ଅବସର ରେ ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାରଙ୍କ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ସଂପର୍କରେ କହିବା ସହ ଆଗାମୀ ଦିନରେ ଆହୁରି ବହୁ ହିତାଧିକାରୀ ଙ୍କୁ ଏହି ଯୋଜନା ରେ ସାମିଲ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ବ୍ଲକ୍ ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ  ବାରିକ, ସମାଜସେବୀ  ମୋହନ ପ୍ରଧାନ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା,ବିଡ଼ିଓ ଅନୁପ ପଣ୍ଡା, ସହକାରୀ ଯନ୍ତ୍ରୀ ସ୍ୟାମଘନ ପ୍ରଧାନ, ଜିପିଓ ମଦନମୋହନ ମୁଦୁଲି, ଓ ବ୍ଲକ ର ସମସ୍ତ କର୍ମଚାରୀ ଉପାଧ୍ୟକ୍ଷ  ହିମାଂଶୁ ଶେଖର ବାରିକ ,ଜିଲ୍ଲା ପରିଷଦ ସଭ୍ୟ, ବରୁଣ ବେହେରା,ଡ଼. ରାଜେନ୍ଦ୍ର ସ୍ବାଇଁ, ପଦ୍ମଜା ପାତ୍ର,ସରପଞ୍ଚ ପ୍ରମିଳା ଦୋରା, ଉମାଶଙ୍କର ବାରିକ,ଯଶୋବନ୍ତ ବଲବନ୍ତ ସାହାଣୀ,ଧ୍ରୁବ ଚନ୍ଦ୍ର ବେହେରା, ରଶ୍ମିତା ମାଝି,ବସନ୍ତ ପ୍ରଧାନ,ଓ ସମିତି ସଭ୍ୟ ନାରାୟଣ ବେହେରା,ଶ୍ରୀକାନ୍ତ ଦଳବେହେରା,ଗୌରାଙ୍ଗ ପଟ୍ଟନାୟକ,ସମତେ ବହୁ ଜନ ପ୍ରତିନିଧି  ଯୋଗଦେଇ ମନ୍ତ୍ରୀ  ମୋହଦୟଙ୍କୁ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥଲେ l  ଶେଷରେ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ଙ୍କୁ ଧନ୍ୟବାଦ ଦେବା ସହ ଭତ୍ତା ପାଇବା ପାଇଁ ଅନଲାଇନ ରେ ଆବେଦନ କରିବେ ଓ ସେହି ସମୟରେ ରାଜସ୍ବ ନିରୀକ୍ଷକ ଠାରୁ ଆୟ ସାର୍ଟିଫିକେଟ ଆଣି ସଂଲଗ୍ନ କରିବାକୁ କହିଥିଲେ,ତାହା ହେଲେ ବହୁ ହିତାଧିକାରୀ ଭତ୍ତା ପାଇବା  ପାଇଁ ଯୋଗ୍ୟ ହୋଇ ପାରିବେ ଓ ଉପକୃତ ହୋଇ ପାରିବେ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରୁ ନିରାକାର ସାହୁ ଙ୍କ ରିପୋର୍ଟ