Sunday, November 15, 2026
Home ଆଞ୍ଚଳିକ କୋଦଳା ତହସିଲ ପକ୍ଷରୁ ଚଢାଉ, ଜରିମାନା ଆଦାୟ

କୋଦଳା ତହସିଲ ପକ୍ଷରୁ ଚଢାଉ, ଜରିମାନା ଆଦାୟ

11

କୋଦଳା, ୦୬/୧୧(ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରରେ ଚଢାଉ କରାଯିବା ସହ ୪ ଗୋଟି ବାଲି ବୋଝେଇ ଟ୍ରକ ଠାରୁ ଓ ଏମ୍ ଏମ୍ ସି (OMMC Rule-୨୦୧୬) କୁ ଉଲ୍ଲଂଘନ କରିଥିବା ପାଇଁ ୬୫୦୦୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ଚଢାଉ ରେ ତହସିଲଦାର ସସ୍ମିତା ଶତପଥୀ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ରାଜସ୍ୱ ନିରୀକ୍ଷକ ଶେଖର ଚନ୍ଦ୍ର ସେଠୀ ପ୍ରମୂଖ ସାମିଲ୍ ଥିଲେ । ଆଗକୁ ମଧ୍ଯ ଏଭଳି ଚଢାଉ ଜାରିରହିବ ବୋଲି ସୂଚନା ମିଳିଛି ।