
ନୂଆଦିଲ୍ଲୀ, ୦୬/୧୧/୨୧ (ଜିଲ୍ଲା ଖବର) : ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଯାଏ, ଦୀପାବଳିକୁ ସମସ୍ତେ ଧୂମଧାମରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଅନେକ ସେଲିବ୍ରେଟିଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଦୀପ ଲଗାଇବା ଠାରୁ ଆରମ୍ଭ ଘରସଜା , ବାଣ ଫୁଟାଇବା ଆଦି ଦେଖିବାକୁ ମିଳିଥିଲା । ତେବେ ଏହି ଅବସରରେ ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜି ମଧ୍ୟ ଧୂମଧାମରେ ଦୀପାବଳି ପାଳନ କରୁଥିଲେ । ହେଲେ ସେହି ସମୟରେ ତାଙ୍କ ସହି ଏକ ଘଟଣା ଘଟିଥିଲା । ତାଙ୍କ ପାଖରେ ଏକ ବାଣ ଫୁଟି ଯାଇଥିଲା ।
ଏହାର ଏକ ଭିଡିଓ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ରାନୀ ଫୁଲଝରୀ ଜଳାଇବା ସମୟରେ ବାଣଟି ତାଙ୍କ ପାଖରେ ଫୁଟି ଯାଉଛି ଏବଂ ତାଙ୍କ ଆଖପାଖ ପୁରା ଧୂଆଁରେ ଭରି ଯାଉଛି । ଏହାପରେ ଭିଡିଓ କରୁଥିବା ବ୍ୟକ୍ତି ଜଣକ ମଧ୍ୟ ସେଠାରୁ ଦୌଡି ପଳାଉଛନ୍ତି । କିନ୍ତୁ ସୌଭାଗ୍ୟବଶତଃ ରାଣୀଙ୍କ ସହିତ କିଛି ଦୁର୍ଘଟଣା ଘଟି ନାହିଁ ।
ତେବେ ଏହି ଭିଡିଓ ସେୟାର କରି ସହିତ ରାନୀ ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଦୀପାବଳି ଦିନ ଏହି ଘଟଣା ଘଟିଛି , ଆମେ ତ ବର୍ତ୍ତୀଗଲୁ କିନ୍ତୁ ଆପଣ ମାନେ ସୁରକ୍ଷିତ ରୁହନ୍ତୁ ।


