
ନୂଆଦିଲ୍ଲୀ, ୦୬/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ତେବେ ଗତ କିଛି ଦିନ ଧରି ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍ କେ.ଏଲ ରହୁଲଙ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ବୋଲି କୁହାଯାଉଛି । କାହିଁକି ନା, ଅନେକ ସମୟରେ ଦୁହେଁ ଏକାଠି ନଜର ଆସନ୍ତି । ହେଲେ ଦୁହେଁ ଖୋଲାଖୋଲି ଭାବେ ନିଜ ସମ୍ପର୍କ ବିଷୟରେ ଏବେ ଯାଏ ସ୍ପଷ୍ଟ ନାହାଁନ୍ତି । କିନ୍ତୁ ନିକଟରେ ଆଥିୟାଙ୍କ ଜନ୍ମଦିନ ଅବସରରେ କେ.ଏଲ ରାହୁଲ ଏକଦମ୍ ଖାସ୍ ଅନ୍ଦାଜରେ ଆଥିୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଯାହା ଏବେ ବେଶ ଭାଇରାଲ ହେବା ସହିତ,ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।
ସେ ଟ୍ବିଟରରେ ଆଥିୟାଙ୍କ ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ଜନ୍ମଦିନର ବହୁତ୍ ବହୁତ୍ ଶୁଭେଚ୍ଛା ମୋର ଆଥିୟା’ । ତେବେ ତାଙ୍କର ଏହି ପୋଷ୍ଟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଉ ତାଙ୍କର ଏହି ଖାସ୍ ନୋଟ୍ ତାଙ୍କ ସମ୍ପର୍କ ବନ୍ଧୁ ନୁହେଁ ବରଂ ପ୍ରେମ ଆଡକୁ ଟାଣି ନେଇଛି ।


