Home ଅପରାଧ ଯାଜପୁର ଧାନମଣ୍ଡଳ GIT କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ

ଯାଜପୁର ଧାନମଣ୍ଡଳ GIT କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ

14

ଯାଜପୁର,୦୬/୧୧/୨୧ (ଜିଲ୍ଲା ଖବର) :   ଯାଜପୁର ବଡ଼ଚଣା ଥାନା ଧାନମଣ୍ଡଳ GIT  କଲେଜରେ  ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ l ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ ନୋଟ୍ ସହ ଛାଡ଼ିଗଲେ ଅନେକ ପ୍ରଶ୍ନ । ଛାତ୍ରୀ ଜଣଙ୍କ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ନୋଟରେ ଦର୍ଶାଇଛନ୍ତି  l

ତେବେ କଲେଜର ଶଶିକାନ୍ତ ସାର, ରାଜଲକ୍ଷ୍ମୀ ସାହୁ, କୈଶଲ୍ୟା ସାହୁ, ଶୁଭଶ୍ରୀ ମୁଦୁଲି ସାର, ନିର୍ମଳା ସାହୁ ମିଳି ମିଶି ଚାପ ଦେଉଥିବା ଅଭିଯୋଗ ଆଣିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଏମାନେ କାହିଁକି ମାନସିକ ଚାପ ଦେଉଥିଲେ ? କେଉଁଥିପାଇଁ ଓ କି ପ୍ରକାର ନିର୍ଯାତନା ଦେଉଥିଲେ ?  ନା ଛାତ୍ରୀକୁ ଆତ୍ମହତ୍ୟା କରିବାକୁ  l

ତେବେ ସେ ନିଜେ ଆତ୍ମହତ୍ୟା କରିଥିଲା ନା ବାଧ୍ୟ କରାଯାଇଥିଲା ? ଆଉ ସବୁଠୁ ବଡ଼ ପ୍ରଶ୍ନ କେଉଁ ପ୍ରଭାବଶାଳୀଙ୍କ ଚାପରେ ଅଭିଯୋଗ ପରେ ବି କାର୍ଯାନୁଷ୍ଠାନ ନେଉନାହିଁ ବଡ଼ଚଣା ପୋଲିସ? ସେହିପରି ବିବାଦକୁ ଆସିଛନ୍ତି ଯାଜପୁର ଏସପି ରାହୁଲ ପିଆର ।

ଗୋଟେ ପଟେ ରାଜ୍ୟରେ ମମିତା ନିଆଁ ଥମିନଥିବାବେଳେ ଏବେ ପୁଣି ଏକ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।