
ନୂଆଦିଲ୍ଲୀ, ୦୬/୧୧/୨୧ (ଜିଲ୍ଲା ଖବର) :ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଏବଂ ଅଭିନେତା ପ୍ରଭାସ ହେଉଛନ୍ତି ଲୋକପ୍ରିୟ ଅନସ୍କ୍ରୀନ ଯୋଡି । ତାଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଅନେକ ଫିଲ୍ମରେ ଦୁହେଁ ଏକାଠି କାମ କରିଛନ୍ତି । ଅନେକ ସମୟରେ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ । ହେଲେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି ବୋଲି କୁହନ୍ତି ସେମାନେ । ହେଲେ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ, ଯେ ଥରେ ଅନୁଷ୍କାଙ୍କ ବିବାହ ରୋକିବାକୁ କହିଥିଲେ ପ୍ରଭାସ ।
ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ । ପ୍ରକୃତରେ ଏହା ହେଉଛି ବାହୁବଳୀ ସୁଟିଂ ସମୟର କଥା । ସେତେବେଳେ ଅନୁଷ୍କାଙ୍କ ବିବାହ ପ୍ରସ୍ତୁତି ଯୋରସୋରରେ ଚାଲିଥିଲା । ହେଲେ ପ୍ରଭାସ ଅନୁଷ୍କାଙ୍କୁ ସେତେବେଳେ ବିବାହ କରିବାକୁ ମନା କରିଥିଲେ । ଏବଂ ଫିଲ୍ମ ପ୍ରତି ଅଧିକ ଧ୍ୟାନ ଦେବାକୁ କହିଥିଲେ ।


