Monday, October 12, 2026
Home ଅପରାଧ ହାଇୱାରୁ ବ୍ୟାଟେରୀ ଚୋରି କରି ଦୌଡୁଥିଲେ..ଲୋକଙ୍କ ହାବୁଡରେ ପଡିଗଲେ

ହାଇୱାରୁ ବ୍ୟାଟେରୀ ଚୋରି କରି ଦୌଡୁଥିଲେ..ଲୋକଙ୍କ ହାବୁଡରେ ପଡିଗଲେ

15

ବ୍ରହ୍ମପୁର,୦୬/୧୧/୨୧ (ଜିଲ୍ଲା ଖବର) :  ଚୋରି କରିବା ହେଲା ବଡ଼କାଳ ।  ଗଛରେ ବାନ୍ଧିଲେ, ପିଟିଲେ, ଘୋଷାଡିଲେ ଲୋକେ । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ଛକ ଶିବ ମନ୍ଦିର ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ହାଇୱା ଟ୍ରକରୁ ବ୍ୟାଟେରୀ ଚୋରି କରି ଖସି ଯାଉଥିବା ସମୟର ସ୍ଥାନୀୟ ଲୋକମାନେ ୨ଜଣ ଚୋରକୁ କାବୁ କରିଥିଲେ । ଉଭୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଦଉଡିରେ ବାନ୍ଧିଥିବା ଘଟଣାର ଭିଡିଓ ଭାଇରାଲ୍ ହୋଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଚୋରକୁ ଉଦ୍ଧାର କରିବା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।