ବେଡ୍ ନଥିବାରୁ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଗୁରୁତର ରୋଗୀ

9

ସମ୍ବଲପୁର,୦୬/୧୧/୨୧ (ଜିଲ୍ଲା ଖବର) : ସମ୍ବଲପୁର ଭୀମସାର ଡାକ୍ତରଖାନାରେ ରୋଗୀ ସେବାର ବିକଳ ଚିତ୍ର । ମେଡିସିନ ୱାର୍ଡରେ ନାହିଁ ବେଡ୍ । ବାରଣ୍ଡା ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି ଗୁରୁତର ରୋଗୀ । ବାରମ୍ବାର ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଏବେ ଶୀତ ଦିନ ଆସିଥିବା ବେଳେ ବାହାର ବାରଣ୍ଡାରେ ଶୋଉଛନ୍ତି ଗୁରୁତର ରୋଗୀ। ଯାହା ରୋଗ କଷ୍ଟଠାରୁ ମଧ୍ୟ ବଳି ଯାଇଛି । ବୁର୍ଲା ମେଡିକାଲରେ ଦୀର୍ଘ ଦିନ ହେବ ଏଭଳି ସ୍ଥିତି ଜାରି ରହିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । 

ବୁର୍ଲା ଭିମସାର ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ସୁପର୍ ସ୍ପେସାଲିଟି ସୁବିଧା କରିବା ନେଇ ରୋଗିଙ୍କୁ ସ୍ୱପ୍ନ ଦେଖାଉଥିବା ବେଳେ ଏହି ଦୃଶ୍ୟ ଚିକିତ୍ସା ବ୍ୟବସ୍ଥାର ବାସ୍ତବତାକୁ ସାମ୍ମାକୁ ଆଣିଛି । ବାରଣ୍ଡାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ତୁରନ୍ତ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରିବାକୁ ଦାବି ଜୋର ଧରିଛି । ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଭୀମସାର ନିର୍ଦେଶକ ପ୍ରଫେସର ଲଳିତ କୁମାର ମେହେର ।