
ଭୁବନେଶ୍ୱର, ୦୬/୧୧/୨୧ (ଜିଲ୍ଲା ଖବର) : ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ନବରଙ୍ଗପୁର ସହର ସର୍କିଟ ହାଉସ୍ ସମ୍ମୁଖରେ ଥିବା ପଡ଼ିଆରେ ହେବାକୁ ଥିବା ଏହି ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି କରିଛି। ନିକଟରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଇସ୍ତଫା ଦେଇଥିଲେ ।
ପ୍ରଦୀପ ଓ ତାଙ୍କ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ରାଲିରେ ସହର ପରିକ୍ରମା କରି ସଭା ସ୍ଥଳରେ ପହଞ୍ଚିବେ । ଏହି କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ତୁଷାର କାନ୍ତି ବେହେରା ସାମିଲ ହେବା ନେଇ ସୂଚନା ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ ।


