
ଖୋର୍ଦ୍ଧା, ୦୬/୧୧/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ନିକଟ ତାରେଣୀ ଢାବା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ସାନରାଉତ ପଡା ଗ୍ରାମର ପ୍ରକାଶ କୁମାର ସୁନ୍ଦରା।
ପ୍ରକାଶ ନିଜ ବାଇକ ଦ୍ବାରା ବାଲୁଗାଁ ରୁ ଗାଁକୁ ଯାଉଥିବା ସମୟରେ ଏକ ଅଜଣା ଗାଡି ଦୃତ ଗତିରେ ଆସି ତାଙ୍କ ବାଇକିର ପଛ ପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପ୍ରକାଶ ଙ୍କର ମୃତ୍ୟୁ ହୋଇଛି। ଖବର ପାଇ ନାଚୁଣି ଫାଣ୍ଡି ଅଧିକାରୀ ଦୁର୍ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇଛି।



