ଝିଙ୍କକୁ ନେଇ ଭୟଭୀତ ଗ୍ରାମବାସୀ

11

କଟକ, ୦୬/୧୧/୨୧ (ଜିଲ୍ଲା ଖବର) : କଟକ ଚୌଦ୍ଵାର ଥାନା ଅନ୍ତର୍ଗତ ଚଷାପଡା ଗ୍ରାମରେ ଝିଙ୍କ ଆତଙ୍କ। ମହାନଦୀ କୂଳରେ ଥିବା ପମ୍ପ ହାଉସ ପରିସରରେ ଝିଙ୍କଟି ଗତକାଲିଠାରୁ ରହିଛି।  ଗତକାଲି ସନ୍ଧ୍ୟାରେ ପମ୍ପ କର୍ମଚାରୀ ଏକ  ବଡ଼ ଝିଙ୍କ  ଦେଖିବାକୁ ପାଇଥିଲେ । ଏ ନେଇ ଚୌଦ୍ଵାର ବନ ବିଭାଗକୁ ଖବର ଦେଇଥିଲେ ।

ବନବିଭାଗ କର୍ମଚାରୀ ଝିଙ୍କଟିକୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଙ୍କଟି ମିଳିପାରି ନାହିଁ। ଯାହାକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା।