
ଗଞ୍ଜାମ ,୦୬/୧୧/୨୧ (ଜିଲ୍ଲା ଖବର) : ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ବରଡିପଲ୍ଲୀ ଗ୍ରାମର କାଳୁ ନାୟକଙ୍କ ମୃତ୍ୟୁ ଘଟିଛି। ସେ ବିରଞ୍ଚିପୁର ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।
କାଳୁ ନାୟକ ଘରର ସମ୍ମୁଖରେ ଠିଆ ହୋଇଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି କାଳୁନାୟକଙ୍କୁ ଧକ୍କାଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ସ୍ଥାନାନ୍ତର ବେଳେ କାଳୁ ନାୟକଙ୍କ ମୃତ୍ୟୁ ଘଟିଛି।



