ତୃତିୟ ସୋମବାର ମଧ୍ୟ ଧବଳେଶ୍ଵରରେ ୧୪୪ ଧାରା ଜାରି କରାଯିବା ପାଇଁ ନିଷ୍ପତ୍ତି

8

କଟକ,୦୬/୧୧/୨୧ (ଜିଲ୍ଲା ଖବର) : ଭକ୍ତଙ୍କୁ ସୋମବାର ମନା ଧବଳେଶ୍ଵରରେ ଦର୍ଶନ ମନା। କୋଭିଡ଼ କଟକଣାକୁ ଦେଖି ଆଠଗଡ଼ ପ୍ରଶାସନ ପକ୍ଷରୁ କାର୍ତ୍ତିକ ମାସର ତୃତିୟ ସୋମବାର ମଧ୍ୟ ୧୪୪ ଧାରା ଜାରି କରାଜିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ଶ୍ରଦ୍ଧାଳୁ ମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହେବେ ।

ପ୍ରାୟତଃ କାର୍ତ୍ତିକ ମାସର ସୋମବାର ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସ୍ଥାନିୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି।