ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବାବେଳେ ଏକ ଗାଈ ଆହତ

6

ଢେଙ୍କାନାଳ,୦୬/୧୧/୨୧ (ଜିଲ୍ଲା ଖବର) : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହାବୀରରୋଡ ରେଞ୍ଜ୍ ବାରିହାପୁର ଗାଁରେ ଦନ୍ତା ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ଏକ ଗାଈ ମଧ୍ୟ ଗୁରୁତର ଆହତ ହୋଇଛି । ତେବେ ଗୁରୁତର ଜଣଙ୍କ ହେଉଛନ୍ତି ସେହି ଗାଁର ବାଟୁ ମହାରଣା । ତାଙ୍କୁ ଗୁରୁତର ଭାବେ ଢେଙ୍କନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ସେପଟେ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପ୍ରୟାସ ଜାରି ରହିଥିବାବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।