ନାବାଳିକା ଅପହରଣ ଘଟଣାରେ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

7

ଭଦ୍ରକ, ୦୬/୧୧/୨୧ (ଜିଲ୍ଲା ଖବର) :  ଭିଜିଲାନ୍ସ ଜାଲରେ ଭଦ୍ରକ ନାଇକାଣିଡିହି ଥାନାର ASI  କୈଳାସ ଚନ୍ଦ୍ର ଖୁଣ୍ଟିଆ । ନାବାଳିକା ଅପହରଣ ଘଟଣାରେ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସେପ୍ଟେମ୍ବର ମାସ ୨୭ରେ ଖାଣ୍ଟଖୁଆଡ ଗାଁର ଯୁଧିଷ୍ଠିର ମଳିକଙ୍କ ନାବାଳିକା ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ତେବେ ନାବାଳିକାକୁ ଉଦ୍ଧାର ଲାଗି ତଦନ୍ତକାରୀ ଅଫିସର କୈଳାସ ଚନ୍ଦ୍ର ଖୁଣ୍ଟିଆ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ନାବାଳିକାର ବାପା ପ୍ରଥମେ ୫ ହଜାର ଟଙ୍କା ଓ ପରେ ଅଢେଇ ହଜାର ଟଙ୍କା ଦେଇଥିଲେ ।