Home ଆଞ୍ଚଳିକ ‘ସୂର୍ଯ୍ୟବଂଶୀ’ ରେ ଅଭିନୟ କରିଛନ୍ତି ଏମ୍ ଏସ୍ ଧୋନୀ !

‘ସୂର୍ଯ୍ୟବଂଶୀ’ ରେ ଅଭିନୟ କରିଛନ୍ତି ଏମ୍ ଏସ୍ ଧୋନୀ !

14

ନୂଆଦିଲ୍ଲୀ ,୦୬/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ’ସୂର୍ଯ୍ୟବଂଶୀ’ ନିକଟରେ ରିଲିଜ୍ ହୋଇ ସାରିଛି । ସବୁଠି ଏବେ ଏହି ଫିଲ୍ମର କ୍ରେଜ୍ ଦେଖିବାକୁ ମିଳୁଛି । ଏବଂ ଏହି ଫିଲ୍ମକୁ ଦର୍ଶକଙ୍କ ଢେରସାରା ଭଲପାଇବା ମଧ୍ୟ ମିଳୁଛି । ନିକଟରେ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିନେତା ଗୁଲଶନ ଗ୍ରୋଭରଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଫଟୋରେ ତାଙ୍କ ସହ ମହେନ୍ଦ୍ର ସିଂ ଧୋନି ନଜର ଆସିଛନ୍ତି ।

ସାମ୍ନାକୁ ଆସିଥିବା ଏହି ଫଟୋରେ ଗୁଲଶନ ଗ୍ରୋଭର ତାଙ୍କ ଚରିତ୍ରର ଗେଟଅପରେ ନଜର ଆସିଛନ୍ତି। ଅଭିନେତା ଏକ ଧଳା କୁର୍ତ୍ତା ଏବଂ କଳା ନେହେରୁ ଜ୍ୟାକେଟ୍ ପିନ୍ଧିଛନ୍ତି । ଫଟୋରେ ଏମଏସ ଧୋନି ଧଳା ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବାର ନଜର ଆସିଛନ୍ତି। ଟ୍ୱିଟରରେ ଏହି ଫଟୋ ସେୟାର କରି ଗୁଲଶନ ଗ୍ରୋଭର ଲେଖିଛନ୍ତି, ‘ସୂର୍ଯ୍ୟବଂଶୀ ସେଟରେ ଏମଏସ ଧୋନି ଭାଇଙ୍କ ସହ। ଏମଏସ ଧୋନି ସୂର୍ଯ୍ୟବଂଶୀରେ ଅଭିନୟ କରିଛନ୍ତି ନା ଆମେ ଗୋଟିଏ ଷ୍ଟୁଡିଓରେ ସୁଟିଂ କରିଛୁ?’ତେବେ ଏଥିରେ ଲେଖା ଯାଇଥିବା କ୍ୟାପ୍ସନ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।