Thursday, November 12, 2026
Home ଆଞ୍ଚଳିକ କ୍ୟାଟ୍ରିନାଙ୍କୁ ଗିଫ୍ଟ ଦେଲେ ବିକି କୌଶଲଙ୍କ ମା’

କ୍ୟାଟ୍ରିନାଙ୍କୁ ଗିଫ୍ଟ ଦେଲେ ବିକି କୌଶଲଙ୍କ ମା’

7

ନୂଆଦିଲ୍ଲୀ, ୦୬/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଯୋର ଧରିଛି । ସେମାନେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି ।  ତେବେ ଏହାରି ମଧ୍ୟରେ  ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଦୀପାବଳି ଅବସରରେ ବିକି କୌଶଲଙ୍କ ମା’ କ୍ୟାଟ୍ରିନାଙ୍କୁ କିଛି ଗିଫ୍ଟ ଦେଇଛନ୍ତି ।  ଡାର୍କ ଚକୋଲେଟ, କିଛି ନମକିନ୍ , ଗହଣା ଏବଂ ଶାଢୀ ଆଦି ସେ କ୍ୟାଟ୍ରିନାଙ୍କୁ ଗିଫ୍ଟ କରିଛନ୍ତି । ଏମିତିବି ଡାର୍କ ଚକୋଲେଟ କ୍ୟାଟଙ୍କୁ ଖୁବ୍ ପସନ୍ଦ ।

ପ୍ରକାଶ ଥାଉକି ଦୀପାବଳିରେ ବିକି କୌଶଲଙ୍କ ଘରେ କ୍ୟାଟ୍ରିନା ସେଠାରେ ଯାଇ ଏକାଠି ମିଶି ଦୀପାବଳି ପାଳନ କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।