ଧାର ଟଙ୍କାକୁ ନେଇ୨ ଭାଇଙ୍କ ମଧ୍ୟରେ ହୋଇଥିଲା ବଚସା

9

ନୟାଗଡ଼:  ନୟାଗଡ଼ ଓଡଗାଁ ଥାନା ବାହାଡାଝୋଲା ଗାଁରେ ବୋମାମାଡ଼ । ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ପଦ୍ମନାଭ ନାୟକ ଗୁରୁତର । ତାଙ୍କୁ ପ୍ରଥମରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।

ଧାର ଟଙ୍କାକୁ ନେଇ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ବଢ଼ିବାରୁ ବୋମାମାଡ଼ କରିଥିଲା ସାନଭାଇ । ପୋଲିସ ଅଭିଯୁକ୍ତ ଚକ୍ରଧରକୁ ଅଟକ ରଖି ତଦନ୍ତ ଚଳାଇଛି ।