
କୋଦଳା, ୦୬/୧୧/୨୧(ଜିଲ୍ଲା ଖବର) -ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ଶକ୍ତିନଗର ସାହିର ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ଏଇ ପୁସ୍ତକ ଟିକୁ ଲେଖିଥିବାବେଳେ ଏଇ ପୁସ୍ତକରେ କୋଦଳା ଓ ଆଖ ପାଖ ଅଞ୍ଚଳ ର ବାସ୍ତବ ବିଷୟ ବସ୍ତୁ ଉପରେ ଆଧାରିତ ପାଞ୍ଚ ଦସନ୍ଧି ର ଇତିହାସ କୁ ନେଇ ଏଇ ପୁସ୍ତକଟି ଲେଖାଯାଇ ଥିବା ବେଳେ ଏଇ ଲେଖାଉପରେ ନେଇ ଖୁବ ପ୍ରଶଂସା କରିଛନ୍ତି ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ । ଶ୍ରୀ ପାତ୍ର ନିଜ ଚାକିରୀ ଜୀବନ ୧୯୬୫ ମସିହାରେ ଆରମ୍ଭ କରିଥିଲେ ସେ ପ୍ରଥମେ ଷୋଡକ ଏମିସ୍କୁଲ ରେ ଯୋଗଦାନ କରିଥିଲେ ।ପରବର୍ତ୍ତୀ ସମୟରେ ୧୯୬୭ ମସିହାରେ କୋଦଳା ସ୍ବର୍ଣ୍ଣମଇ ହାଇସ୍କୁଲ ରେ ହିନ୍ଦୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ୨୦୦୫ ରେ ନିଜ ଚାକରି ଜୀବନରୁ ଅବସର ଗ୍ରହଣ କରିଥିଲେ । ଶ୍ରୀ ପାତ୍ର ଏକା ସାଙ୍ଗରେ ଜଣେ ଆଦର୍ଶ ଶିକ୍ଷକ ସହ ଡ୍ରାମା ନରି୍ଦେଶକ,ଲେଖକ ଓ କ୍ରୀଡ଼ାପ୍ରେମୀ ।



