
ଜଟଣୀ,୦୬/୧୧/୨୧(ଜିଲ୍ଲା ଖବର) : ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ପଂଚାୟତର ଉପରବସ୍ତ ଗ୍ରାମର ଖେଳ ପଡିଆରେ ବାବା କେଦାରଶ୍ୱର ଏକ ଦିବଶୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଦୀପାବଳୀ ଉପଲକ୍ଷେ ଉପରବସ୍ତର ଯୁବ ଖେଳାଳୀମାନେ ଏକତ୍ରିତ ହୋଇ ଫୁଟବଲ ଖେଳ ପ୍ରତି ଯୁବପିଢ଼ିଙ୍କ ଉତ୍ସlହ ବଢାଇବା ପାଇଁ ବାବା କେଦାରଶ୍ୱର ଏକାଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ l ଏହି ଖେଳରେ ଆଖ ପାଖ ଗ୍ରାମର ୧0 ଟି ଦଳ ଭାଗ ନେଇଥିଲେ l ଏହି ଖେଳ ନକଆଉଟ ପଦ୍ଧତିରେ ଅନୁଷ୍ଠିତ ହୋଇଥିଲା l ୧0 ଟି ଦଳ ମଧ୍ୟରୁ ଅରୁଗୁଳ ଗ୍ରାମର ମା ବାଉତି ଫୁଟବଲ କ୍ଲବ ଏବଂ ବେଣାପାଞ୍ଜରୀ ଫୁଟବଲ କ୍ଲବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ଫାଇନାଲ ଖେଳରେ ବେଣାପଞ୍ଜରୀ ଫୁଟବଲ କ୍ଲବ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ୨ -0 ଗୋଲରେ ଅରୁଗୁଳ ଗ୍ରାମର ମା ବାଉତି ଫୁଟବଲ କ୍ଲବକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା l ଏହି ଖେଳରେ ବେଣାପଞ୍ଜରୀ ଫୁଟବଲ କ୍ଲବର ଖେଳାଳୀ ଅଜୟ ନାୟକ ମ୍ୟାନଅଫଦି ମ୍ୟାଚ ଏବଂ ଅରୁଗୁଳ ଟିମର ଆନନ୍ଦ ନାଏକ ମ୍ୟାନଅଫଦି ସିରିଜ ରୂପେ ବିବେଚିତ ହୋଇଥିଲେ l ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ମୁଖ୍ୟ ଅତିଥୀ ରୂପେ ଯୋଗଦେଇ ବିଜୟୀ ଦଳକୁ ୫000ଟଙ୍କା ସହ ଟ୍ରଫି ଏବଂ ରନର୍ସଅଫ ଦଳକୁ ୩000ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ l ସନ୍ନମାନୀୟ ଅତିଥୀ ରୂପେ ପଦନପୁର ପଂଚାୟତର ସରପଞ୍ଚ ସୁକାନ୍ତ ପରିଡା, ଗଙ୍ଗାଧର ମାଝି, ଦିବାକର ମଙ୍ଗରାଜ, ପୂର୍ଣଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ l ଖେଳକୁ ପରିଚାଳନା କରିଥିଲେ ମୁଖ୍ୟ ରେଫରୀ ସତ୍ୟବ୍ରତ ବାହିନୀପତି ତାଙ୍କୁ ଲାଇନରେ ସହଯୋଗ କରିଥିଲେ କେଦାର ବରାଳ ଏବଂ ବିଜୟ ମଙ୍ଗରାଜ l କ୍ଲବର ସଭାପତି ସତ୍ୟବାନ ବାଘ ସିଂହ, ଉପସଭାପତି ଅନନ୍ତ ପ୍ରଧାନ, ସମ୍ପାଦକ ପ୍ରକାଶ ଗିରି, ଆଶୁତୋଷ ପ୍ରଧାନ, ସୁରେଶ ମହାନା, ବିଭୁରଞ୍ଜନ ଚମ୍ପତି, ତପନ ବାରିକ ପ୍ରମ୍ମୁଖ ଉଚ୍ଚକୋଟୀର ଖେଳର ଆୟୋଜନ କରିଥିଲ l
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


