
ଗଞ୍ଜାମ,୦୫/୧୧/୨୧(ଜିଲ୍ଲା ଖବର):ପବିତ୍ର ଆଲୋକ ର ପର୍ଵ ଦୀପାବଳି ଅବସରରେ ବ୍ରହ୍ମପୁର ସ୍ବେଚ୍ଛାସେବୀ ଅନୁଷ୍ଠାନ କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମିଷ୍ଟାନ୍ନ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛିଟ୍ରଷ୍ଟ ର ସଦସ୍ୟା ଶ୍ରୀମତୀ ସଂଯୁକ୍ତା ସାସମଲ ଓ ଶ୍ରୀମତୀ ଟି.ଅର୍ଣ୍ଣପୂର୍ଣା ଙ୍କ ସହାୟତା କ୍ରମେ ତାଙ୍କ ପୁଅ ଟି.ଶ୍ରୀକାନ୍ତ ଙ୍କ ଜନ୍ମଦିନ ସକାଶେ ବିଜୁ ପଟ୍ଟନାୟକ ପାର୍କ ପାଖ ମୋଚି ସାହି ରେ ଥିବା ଅସହାୟ ଗରିବ ଶ୍ରେଣୀର ପିଲା ମାନଙ୍କ ସହ କେକ୍ କାଟି ଜନ୍ମଦିନ ପାଳନ କରିବା ସହ ମିଷ୍ଟାନ୍ନ ପ୍ୟାକେଟ ବଣ୍ଟନ କରାଯାଇଛି।
ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ୱରେ ସେଠାରେ ଥିବା ବାସିନ୍ଦା ମାନଙ୍କୁ କୋରନା ସଚେତନତା ସହ ଆଜି ର ଦିନ ରେ ବାଣ ଫୁଟାଇବାକୁ ମନା କରି ପରିବେଶ ଏବଂ ବାୟୁ ପ୍ରଦୂଷଣ ଉପରେ ସଚେତନତା ବାର୍ତା ଦିଆଯାଇଛି।
ଏହି କାର୍ଯ୍ୟକ୍ରମ ରେ ବିଷ୍ଣୁ ପ୍ରିୟା ପାଢ଼ୀ, ବିଶ୍ୱନାଥ ପାତ୍ର,ଟି ଦୁର୍ଗା ପ୍ରସାଦ,ନିଭସ୍ମିତା ପ୍ରଧାନ,ବି ସତୀଶ କୁମାର,ସୁନୀଲ ସାହୁ,ମହମଦ ସଫେଜ,ସଂଯୁକ୍ତା ସାସମଲ, ହରି,ଡ଼ ସୁରଜିତ ପାଣିଗ୍ରାହୀ, ଏମ ଦେବିସା,ସସ୍ମିତା ସାହୁ ,ଦିଲୀପ ମହାପାତ୍ର,ତୁଳସୀ ପାର୍ଥି,ରାଜେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସହାୟତା ପରିଚାଳନା କରିଥିଲେ।
ରିପୋର୍ଟ : କୁନା ମିଶ୍ର


