Tuesday, October 13, 2026
Home ଆଞ୍ଚଳିକ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୪ତମ ପୂଣ୍ୟ ଜନ୍ମ ଦିବସ ପାଳିତ

ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୪ତମ ପୂଣ୍ୟ ଜନ୍ମ ଦିବସ ପାଳିତ

38

ଆସିକା,୨୩/୧୧(ଖିରୋଦ ଚନ୍ଦ୍ର ବେହେରା) : ଆସିକା ରେଡିକା ସାହି ସ୍ଥିତ ସତ୍ୟସାଇ ମନ୍ଦିରରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ପୁଣ୍ୟ ଜନ୍ମୋତ୍ସବ ଆସିିକା ସତ୍ୟସାଇ ବାବା ସମିତି ସଂଗଠନ ପକ୍ଷରୁ ଅନୁଷ୍ଟିତ ହୋଇଥିଲା । ଆଜି ମନ୍ଦିର ଠାରେ ପ୍ରତ୍ୟୁଷରୁ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତନ କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ଆବାହକ ଗଙ୍ଗାଧର ଗୈାଡ ପ୍ରଶାନ୍ତି ଧ୍ୱଜା ଉତୋଳନ କରିଥିଲେ । ମଧ୍ୟାହ୍ନରେ ଭକ୍ତ ମାନଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରି ପୁଣି ମନ୍ଦିର ନିକଟରେ ପହଁଚିଥିଲେ । ଏହି ଶୋଭାଯାତ୍ରାରେ ଧନଞ୍ଜୟ ମହାପାତ୍ର, ସତ୍ୟାଶିଷ ପଟ୍ଟନାୟକ, ମନୋଜ ଦାଶ,ବୁଦ୍ଧିରାମ ନାହକ, ରାଜେନ୍ଦ୍ର ମହାପାତ୍ର, ଅଚ୍ୟୁତାନନ୍ଦ ବେହେରା, ବିଦ୍ୟାଧର ଖଣ୍ଡୁଆଳ ପ୍ରମୁଖ ଏହି ଶୋଭାଯା୍ତ୍ରାରେ ଅଂଶଗ୍ରହଣ କରିଥିଲେ । ପୂର୍ବତନ ଆବାହକ ଅଜିତ କୁମାର ପଟ୍ଟନାୟକ ଭଗବାନ ସାଇବାବାଙ୍କ ଦିବ୍ୟପ୍ରେମ ସମ୍ପର୍କୀତ ସନ୍ଦେଶ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାମେଶ୍ୱର ଆଚାରୀ, କୃଷ୍ଣାସ୍ୱାମୀ, ଅଜୟ ପାତ୍ର, ସନ୍ୟାସି ନାହକ, ପ୍ରଦୀପ କେଶରୀ ରାଉତ, ସୁଜିତ ପଣ୍ଡା, ଶହଦେବ ନାହାକ, ଦେବରାଜ ପାତ୍ର, ମାଲେଶ୍ୱରୀ ଆଚାରୀ ପ୍ରମୁଖ ଏହି ଦିବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସହ ଯୋଗ କରିଥିଲେ । ଏହି ଅବସରରେ ନାରାୟଣ ସେବାର ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ସଂଧ୍ୟାରେ ୯୪ଟି ଦିପ ପ୍ରଜ୍ଜଳନ କରାଯାଇ ମୁକ୍ତ ଭଜନ ପରିବେଷଣ କରାଯାଇଥିଲା ।