
ଭୁବନେଶ୍ୱର,୦୫/୧୧/୨୧(ଜ଼ିଲ୍ଲା ଖବର ):ପବ୍ଲିକ ରାଇଟ ଆସୋସିଏସନ୍ ଓ ଇନର୍ ହ୍ୱିଲ୍ କ୍ଲବ ଭୁବନେଶ୍ୱର ରୟାଲ୍ ମିଳିତ ଆନୁକୁଲ୍ୟରେ , ପବ୍ଲିକ ରାଇଟ ଆସୋସିଏସନ୍ ର ଉପ ସଭାନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଓ ଇନର୍ ହ୍ୱିଲ କ୍ଲବ ଭୁବନେଶ୍ୱର ରୟାଲ ସଭାନେତ୍ରୀ କଳ୍ପନା ବିଶ୍ଵାଳ ଙ୍କ ତତ୍ତ୍ଵାବଧନରେର , ଆଲୋକ ର ପର୍ବ ପବିତ୍ର ଦୀପାବଳୀ କୁ ଭୁବନେଶ୍ୱର ୟୁନିଟ୍-୩, ବିଗ୍ ବଜାର ନିକଟସ୍ଥ ଉତ୍କଳ ଅନ୍ଧ ବଧିର ସେବାଶ୍ରମ ରେ ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କ ମେଳରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଗୀତ ଗାଇ, ଶୁଖିଲା ଖାଦ୍ୟ, ଫଳ, ବିସ୍କୁଟ, ମିଠା,ଆଦି ବଣ୍ଟନ କରି ,ଦୀବ୍ୟଙ୍ଗ ବ୍ୟକ୍ତିତ୍ଵ ଓ ଉପସ୍ଥିତ ଥିବା ସମସ୍ତ ସଦସ୍ୟ/ସଦସ୍ୟା ନିଜ ନିଜର ଅନୁଭୂତି ଜ ଣା ଇ କିଛି ସମୟ ପାଇଁ ଚେଷ୍ଟା କରିଥିଲେ ଆଣିବାକୁ ଖୁସିର ବାତାବରଣ।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଜଗତସିଂହପୁର ଜିଲ୍ଲା ସଭାପତି ଓମ୍ ପ୍ରକାଶ, ସାଗରିକା ସାମଲ, ପଙ୍କଜିନି ବେଉରା,ପ୍ରଭାତୀ ଓମ୍, ସସ୍ମିତା ମହାପାତ୍ର, ରାମହରି ମହାରଣା,ସରୋଜିନୀ ବେହେରା,ଅନିତା ପଟ୍ଟନାୟକ, ପଶୁ ପ୍ରେମୀ ପ୍ରଦୀପ ଦାସ, ରିଷି କୁମାର, ଶ୍ୱେତପଦ୍ମା ପଟ୍ଟନାୟକ, ଅମିତ୍ରା ସାହୁ, ଶ୍ରଦ୍ଧାଞ୍ଜଳି ଦାସ,ଇତିଶ୍ରୀ ସେନାପତି,ଗୀତାଞ୍ଜଳି ସାହୁ, ସ୍ଵେତାଲିନା ପଣ୍ଡା ,ଆଇନ ଜିବୀ ମନେଶ୍ ନାୟକ,ମନୋରମା ଦାସ,ଅକସ୍ମିତା ସ୍ୱାଇଁ ପ୍ରମୁଖ ,ଏହି ସୁନ୍ଦର୍ କାର୍ଯ୍ୟକ୍ରମ କୁ ସଫଳିତ କରିଥିଲେ।ଏହି କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହିତ କରିଥିବାରୁ ଲିଙ୍ଗରାଜ ସେନା ର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ସମର୍ଥା ,କ୍ରୀଡା ଶିକ୍ଷକ ପ୍ରମୋଦ ରାଉତ, ମନ୍ମୟ ହୋତା,ଓ ସ୍ୱପନ କୁମାର ମିଶ୍ର ଙ୍କୁ ରାଜ୍ୟ ଉପ ସଭାନେତ୍ରୀ ଧନ୍ୟବାଦ ଅର୍ପଣ କରିବା ସହ ଉପସ୍ଥିତ ଥିବା ସମସ୍ତ ସଦସ୍ୟ/ସଦସ୍ୟା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


