Saturday, October 10, 2026
Home ଅପରାଧ ଜଗତସିଂହପୁର ଥାନା ଘେରାଉ କଲା ବିଜେପି

ଜଗତସିଂହପୁର ଥାନା ଘେରାଉ କଲା ବିଜେପି

19

ଜଗତସିଂହପୁର, ୦୫/୧୧/୨୧ (ଜିଲ୍ଲା ଖବର ) : କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା। ନ୍ୟାୟ ପ୍ରଦାନ ଦାବିରେ ଜଗତସିଂହପୁର ଥାନା ଘେରାଉ କରିଛି ଭାରତିୟ ଜନତା ପାର୍ଟି। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିସ୍କାର ଓ ଇସ୍ତଫା ଦାବି ମଧ୍ୟ କରିଛି। ଶତାଧିକ ବିଜେପି କର୍ମୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

 ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ଵରେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଙ୍କ ବିରୋଧରେ ନାରାବାଜି କରିବା ଶହ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ପାଇଁ ଦାବି କରାଯାଇଛି ।