ମମିତା ମେହେର ହତ୍ୟା ଘଟଣା, ମିଳିଲା ଚାଞ୍ଚଲ୍ୟକର ତଥ୍ୟ

30

କଳାହାଣ୍ଡି, ୦୫/୧୧/୨୧ (ଜିଲ୍ଲା ଖବର ) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ପୁଲିସ୍‌ କୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ମମିତା ମେହେର ହତ୍ୟା ଘଟଣାରେ ମିଳିଛି ଗୁରୁତ୍ବପୂରଣ୍ଣ ତଥ୍ୟ। ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିବା ପରେ,ଟାୟାର ପାଇଁ ଫୋନ କରିଥିଲା ବିବେକ ଅଗ୍ରଓ୍ବାଲ ନାମକ ବ୍ୟକ୍ତିଙ୍କୁ ।  ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ହୋଇଥିବା ଟାୟାର ବିବେକ ଅଗ୍ରୱାଲ ନାମକ ବ୍ୟକ୍ତି ଦେଇଥିବା ଜଣାପଡ଼ିଛି।

ତେବେ କିଛି ଦିନ ପୂର୍ବରୁ ହତ୍ୟାକାଣ୍ଡରେ ବ୍ୟବହୃତ ସ୍କୁଟି ଓ ଜେସିବି ମଧ୍ୟ ଜବତ ହୋଇଥିଲା। ଏପଟେ ମମିତାକୁ ନ୍ୟାୟ ଦେବା ପାଇଁ ଜଳୁଛି ସାରା ରାଜ୍ୟ।  ରାଜରାସ୍ତାକୁ ଓହ୍ଲାଇ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନ, ବିକ୍ଷୋଭ ମାଧ୍ୟମରେ ମମିତାର ହତ୍ୟାକାରୀକୁ କଠୋର ଦଣ୍ଡ ସହ ମନ୍ତ୍ରୀ କ୍ୟାପ୍ଟେନଙ୍କୁ ବହିଷ୍କାର କରିବା ଦାବି ଜୋର୍‌ ଧରିଛି।