
ନୂଆଦିଲ୍ଲୀ, ୦୫/୧୧/୨୧ (ଜିଲ୍ଲା ଖବର ) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ସବୁବେଳେ ସେ କିଛି ନା କିଛି ସେୟାର କରି ଚର୍ଚ୍ଚାରେ ରୁହନ୍ତି । ସେ ତାଙ୍କର ଲୁକ ଏବଂ ଷ୍ଟାଇଲରେ ସମସ୍ତଙ୍କୁ ଦିଓ୍ବାନା କରନ୍ତି । ଠିକ୍ ସେମିତି ଦୀର୍ଘ ଦିନ ଧରି ଅଭିନେତା ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଧରିଛି । ତେବେ ନିକଟରେ ଦୀପାବଳି ଅବସରରେ ଦୁହେଁ ଏକାଠି ନଜର ଆସିଥିଲେ ।
ପ୍ରକୃତରେ ଦୀପାବଳି ଅବସରରେ ଅଭିନେତା ଅନିଲ କପୁର ଘରେ ଦୀପାବଳି ପାର୍ଟି ରଖିଥିଲେ । ଏବଂ ସେହି ପାର୍ଟିରେ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ । ଠିକ୍ ସେମିତି ସେଠାରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ମଧ୍ୟ ଯାଇ ପହଞ୍ଚିଥିଲେ । ହେଲେ ସବୁଠାରୁ ଖାସ୍ କଥା ହେଉଛି, ସେଠାରେ ଗହଳି ଭିତରେ ଅର୍ଜୁନ କପୁର ମଲାଇକାଙ୍କୁ ସମ୍ଭାଳୁଥିବା ନଜର ଆସିଥିଲେ । ଯାହାର କିଛି ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସିଛି ।
ଅର୍ଜୁନ ଏବଂ ମଲାଇକାଙ୍କ ଏହି ଭିଡିଓ ,ଭିରଲଭୟାନି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହା ଦେଖିବା ପରେ ଫ୍ୟାନ୍ସ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


